ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2) header
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2) profile picture

ଜୀବନଯୁଦ୍ଧ ଲଢ଼ି ଜାଣେ !ଜିତି ଜିତାଇବାର କୌଶଳ ବି.. ଲେଖା✍️ପଢ଼ାରେ ଆନନ୍ଦ ପାଏ !

Bhubaneshwar, India
Joined March 2018
Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)Photo by ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . (@BishnuMohanPat2)
🚩#ସୁପ୍ରଭାତ🙏 ଏଠି,-- ବଦଳି ଯାଆନ୍ତି ଭୁଲିବି ଯାଆନ୍ତି ଛାଡି ଚାଲି ଯାଆନ୍ତି ଏ ମଣିଷ ଆଉ ଆପଣା ଜନେ ପ୍ରଭୁ ତୁମେତ ଭୁଲନା ଛାଡିଦେଇ--ଯାଅନା ଏକାକରି ମତେ ଏଇ ଭୁବନେ? 🙏ଜୟ ଜଗନ୍ନାଥ🙏 #ଅକୀଞ୍ଚନ_କରେ_ନିବେଦନ🌸
30
25
3
275
🚩 ନୁହେଁ ମୁଁ ଅଭୁକ୍ତ ନୁହେଁ--କକ୍ଷଚ୍ୟୁତ ଦ୍ୱନ୍ଦ-ବାଧା-ବିଘ୍ନ ଦଳି ଈଷ୍ଟନିଶାରେ ଛୁଟିଚି ନିରତ ଶାକ୍ତସମ,ଶ୍ରୀଗୁରୁ ଚରଣାଶ୍ରିତ !! #ଜୟ_ଜଗନ୍ନାଥ🚩🙏
1
7
221
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . retweeted
Replying to @BishnuMohanPat2
ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍🙏🙏
1
1
27
🩶 ନ ଦିଶଇ ପଥ ବା ଦୂର ପରବତ ବୀଥି ଓ ବୀଥିକା ଧୂମ୍ରେ ଆଚ୍ଛାଦିତ ! ସେ କି ମାୟାବିନୀ ତା ପଣତକାନି ପାରି,ଦିଏ ଧୋକ୍କା କୁହୁଡ଼ି ନାୟିକା? ଅଜ୍ଞ ଅଗୋଚର ଚକ୍ରବାଳ ଧାର କାହିଁ ଗଲେ ରବି ଯା ମୁଖ ସୁନ୍ଦର ! ନର ଅବା ନାରୀ ପଲ୍ଲୀ କିଶୋରୀ କେହି ନ ଦିଶନ୍ତି ଜଣେ ଅବା ପାନ୍ଥ ! #ମୋ_କବିତା✍️ମାୟାବିନୀ କୁଜ୍ଝଟୀକା... @Tapasy1
2
13
231
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . retweeted
#ଗଳ୍ପ_ଅଳପ ! 🚩#କଅଁଳମାଉଁସ 🐐 ✍️ ରବିବାର ହେଲେ, ସହରର ପଶ୍ଚିମ କୋଣ ଚାରିଛକଟା--ଝୁଲାଧରା ମଣିଷଙ୍କ ଭିଡରେ ଅଣନିଶ୍ୱାସୀ ହୋଇଉଠେ ! ଚାରିଛକରେ ଈଦ୍ରିସ୍ ମିଆଁର ତଲେଇ ଘେରା ଛେଳିକଟା କେବିନ ! ଅର୍ଥଲୋଭୀ ଯବନ ଆଉ ରକ୍ତପିପାସୁ ମାଂସଗିଳା ମଣିଷଙ୍କ ଏଇ ବିଚିତ୍ର କ୍ରୁରସଙ୍ଗମ ଦୃଶ୍ୟ ବହୁ ପ୍ରାଚୀନ ଅଟେ ! ଈଦ୍ରିସ ମିଆଁ ଏଯାଏଁ ଆସିନି ତେଣେ ଗରାଖେ ଡହଳ ବିକଳ ହେଲେଣି ! ତଲେଇ ଘେରା ଭିତରେ ବସି--କାଠଗଣ୍ଡି ଉପରେ ଚାପଡକୁ ମାଜୁଥାଏ ଈଦ୍ରିସର ସାନ ଭାଇ #ଛୋଟୁ ! ଖଣ୍ଡେ ଦୂରରୁ ମିଆଁକୁ ଦେଖି କିଏ ଜଣେ ଚିହ୍ନା ଗରାଖ ରଡି ପକେଇଲା-- --ହେଇ..ଆଇଲାଣି ପା..ଈଦ୍ରି..ସି ! ଗରାଖଙ୍କ ଡିମାଣ୍ଡ ମୁତାବକ-- ଈଦ୍ରିସ ଆଜି ଗୋଟେ କଅଁଳ ଖାସି ନେଇ ଆସୁଚି..,, ~~××~~~■ ଚାରିଛକ ପାଖ ବସ୍ତିରୁ,କଅଁଳ ଛେଳିଛୁଆ ବେକରେ ରସି-- ବାନ୍ଧି ରାସ୍ତାରେ ଘୋଷାରି ଘୋଷାରି ଆଣିବାର ବିକଳ ଦୃଶ୍ୟ ଆଉ ତା' ଆକୁଳ..ମେ ମେ'..ଚିତ୍କାର ଶୁଣି ବ୍ୟଥିତ ହେଲେ #ରମାଦେବୀ ..!!" ନିତ୍ୟ-ପ୍ରାତଃକାଳେ,ଚାରିଛକ ରାସ୍ତାଦେଇ ମର୍ଣ୍ଣିଂୱାକ୍ କରନ୍ତି ରମାଦେବୀ ! ନୃସଂଶ ଘାତକ ଟାଣିନଉଛି ଉଲ୍ଲାସର ସହିତ କଅଁଳଶିଶୁକୁ ଆଜି ପରସି ଦେବ #କଅଁଳମାଉଁସ ତା'-ପ୍ରିୟଜନଙ୍କୁ...!!" ଛୁଆ ଛେଳିଟି ଘୋଷାରି ହେଇ ଯାଉ ଯାଉ-ବୁଲିପଡି ପଛକୁ ରାମାଦେବୀଙ୍କୁ ଅନେଇ ସତେକି ଅତି ଆବେଗଭରେ ନିବେ ଦନ କରୁଥାଏ-' ଏ ମା. ମା..ମତେ ବଞ୍ଚେଇ ଦିଅ' ମା'..,, ଏ ରାକ୍ଷସ ଆମ କୁଟୁମ୍ବ ନାଶକରି ଏବେ ମତେ ନଉଚି,କାଟି ଟିକିଟିକି କରି ବାବୁମାନଙ୍କୁ ମୋ କଅଁଳମାଉଁସ ଚଢାଦରରେ ବିକିବ..ମୋର କୁଆଡେ ଡିମାଣ୍ଡ ଅଧିକ? ମୋ କଥା (ମେ..ମେ ରଡି) ସିନା ମାଉଁସଖିଆ ମଣିଷ ବୁଝି ପାରୁନି? ହେଲେ ତମେତ ଦୟାଳୁ ଧାର୍ମିକ ଲୋକ-ମୋ ଆଖି ଲୁହ-ମରମ କୋହକୁ ତ ବୁଝିପାରୁଥିବ? ସତକୁ ସତ ରମାଦେବୀ ସେଇଆ ବୁଝିଲେ ! ଦୌଡ଼ିଯାଇ ମିଆଁ ପୁଅକୁ ଅଟକାଇ ବିନୀତ ଓ ଦୃଢ ଗଳାରେ କହିଲେ-- "ହେ..ରହି ଯା--ମୁଁ ଜାଣେ ତୁ ଏ ଛେଳି ଛୁଆକୁ କୁଆଡେ- ନେଉଛୁ ! ମତେ କହ,ଆ ମାଉଁସ ବିକିଲେ ତତେ କେତେ ଟଙ୍କା ମିଳିବ? ଯେତିକି ପାଇବୁ- ତାଠୁ ଅଧିକ ମୁଁ ଦେବି ! ହେଲେ ୟାକୁ ମୁକ୍ତି ଦେ.,ସିଏ ଆଉକିଛି ଦିନ ଜୀଇଁ ଯାଉ? ଆବାକାବା ହେଇ ଈଦ୍ରିସ ରମାଦେବୀଙ୍କ ମୁହଁକୁ ଅନେଇ-- କହିଲା-' ମା- ତେମେ କଣ ଆକୁ ଆଉ କୋଉ ଭୋଜିପାଇଁ ସାଇତି ରଖୁଚ କି? ଆରେ ନା..ନା ମୁଁ ଆଜନ୍ମ ସାକାହାରି ! କେତେ ଟଙ୍କା କହ-' ଏଇ ବାକ୍ୟାଳାପ ଭିତରେ କିଛି ଲୋକ ରୁଣ୍ଡ ହେଇଯାଇ-- ରମାଦେବୀଙ୍କ ଏମନ୍ତ ଦୟା ଓ ସେବାପଣକୁ ଅକୁଣ୍ଠସମର୍ଥନ ବି କଲେଣି ! ଆଉ କିଛି ଉପାୟ ନ ପାଇ ଈଦ୍ରିସ କହିଲା:- ମା'- ଟଙ୍କା ପନ୍ଦରଶହ ପାଇଥାନ୍ତି,ତା ତୁଣ୍ଡରୁ କଥା ସରିନି-ତୁରନ୍ତ ପର୍ସରୁ ଖଡଖଡିଆ ଚାରିଖଣ୍ଡ ପାଁ-ଶହ ଟଙ୍କିଆ ନୋଟ କାଢି ରମା- ଦେବୀ ଈଦ୍ରିସ ହାତରେ ଗୁଞ୍ଜି,ଛେଳି ଛୁଆଟିକୁ ଆଗ ବହେ ଗେଲ କରିପକେଇଲେ--ଛୁଆଟି ସବୁ ବୁଝିଗଲା ପରି.ତାଙ୍କ ହାତକୁ ଚାଟିପକଉ ଥାଏ ଅବିକଳ ଜନମକଲା ମା ପରି ମଣି ଦେଖଣାହାରୀ ଅଭିଭୂତ ! କେହି କେହି କହୁଥାନ୍ତି ବି-- ଏମିତି ମଣିଷ ଏବେବି ଏ ଧରାରେ ଅଛନ୍ତି..??? [ ଆଂଶିକ ସତ୍ୟ ] ସମାପ୍ତ 🙏
2
2
3
160

#ସୁପ୍ରଭାତ🚩 କୁହୁଡ଼ି ମାୟା ! ଆମ ଘରଠୁଁ ମାତ୍ର ୫୦ ହାତ ଦୂରରେ ଥିବା ଏକ ୩୨ମହଲା ବିଶିଷ୍ଟ ଅଟ୍ଟାଳିକା-- ଝାପ୍ସା ଦିଶୁଚି !!
3
6
206
କୁହୁଡ଼ି ଚାଦର ସେପାଖ ସବୁତ ହୁଅଇ #ଅଦୃଶ୍ୟ !
3
23
ଏଠି, କିଏ କରେ ପାପ ଆଉ କରେ କିଏ ପ୍ରାୟଶ୍ଚିତ ! କିଏ ଗଢେ ଜୀବନ ପୁଣି କିଏ ସାଜେ #ଘାତକ !! #ମୋ_କବିତା✍️ ମୁଁ ନୁହେଁ ପଳାତକ..,,
1
1
7
234
ବରଷା ହେଇକି ଯାଇଚି ଛାଡି କାଲୁଆ ପାଗକୁ ଆସିଲେ ଭିଡି ! ଖେଳ ଚାଲିଚି--ଭୋଜି ହଉଚି ଗାଁ ଛୁଆଙ୍କ ଦେଖ ମଉଜ ଘଡି ! ଦୃଶ୍ୟ:- #ସହରୀଗାଁ🌴 ର...
1
6
196
ପ୍ରଥମେ ଆକସ୍ମିକ #ଅନ୍ତର୍ଦ୍ଧାନ ! ପରେ ପୁନଃ ଆକସ୍ମିକ #ଆଗମନ ! ତା'ପରେ ଭଳିକି ଭଳି #ଅଭିନୟ ! ଏବେ ପୁଣି ଚାଲିଚି କେତେ ଅଙ୍କକସା #ଫେଡାଣ_ଗୁଣନ_ହରଣ ..,, ଧନ୍ୟରେ ଜୀବନ 🥰 #କୁତୁକୁତୁ ମନ 😄
11
270
ଘୋର ନୀନ୍ଦନୀୟ ଘଟଣା ! ■ ତେବେ ଏମିତି କେହି କଣ ବୁଲାବୁଲି କରିବେନି? ■ ୨ ଜଣଙ୍କୁ ଦଶ ଜଣ ଘେରିକି ପିଟିବେ? ■ ସରକାର/ପୋଲିସର କଣ କିଛି ଦାୟିତ୍ୱ ନାହିଁ? ■ପାର୍କ,ପରିଦର୍ଶନସ୍ଥଳୀର ସୁରକ୍ଷାବ୍ୟବସ୍ଥା କଡାକଡି ହେଉ
Future of India on every street
1
199
ଆଜି କାର୍ତ୍ତିକ ଶୁକ୍ଳ ଏକାଦଶୀ ! ଯୋଗ ନିଦ୍ରାରୁ ଉଠିଲେ ଶ୍ରୀହରି 🙏 #ଜୟ_ଜଗନ୍ନାଥ🚩🙏
2
18
194
#ଆସୁନ ସାଙ୍ଗ--କିଏ ନବ ମଜା ସରୁ #ଚକୁଳି କୁ ଆଳୁ-ବିନ୍ ଭଜା !! 😁😋
4
9
217
#ସୁପ୍ରଭାତ🚩 କିଏ ଗଢି ଦିଏ ତୁମ ଛବି ଟିଏ ହାତେ ଦେଇ ରଙ୍ଗ ମୁରୁଜ ! ତୁମେତ ସୁନ୍ଦର କାଳିଆଠାକୁର ତୁମେ ସବୁରି ଅନ୍ତରେ ବିରାଜ ! #ଜୟ_ଜଗନ୍ନାଥ🙏🚩
3
18
182
ଆମର ଏମିତି ବେଳେ ବେଳେ ହୁଏ... ଛୁଆଙ୍କ #ପକୁଡି ଭୋଜି ଗତିଶୀଳ ଅଛି-- ମସ୍ତ ଗୀତ ସୁରେ..!! ଗୋଟେ ମଉଜ ଉ..🤣 #ସହରୀଗାଁ🌴
1
9
417