Prachee Nanda OSPS (।)🌵 (@PracheeNanda) header
Prachee Nanda OSPS (।)🌵 (@PracheeNanda) profile picture

କୁହନ୍ତି ସମୟ କାହାର କିଛି ରଖେନି,ସବୁ ଫେରେଇଦିଏ,ପାପ ପୁଣ୍ୟ ସବୁ,ଫେରେଇଲାବେଳେ କେବଳ ହସିଦିଏ,ତୁମ ବିବସତା ଉପରେ🍁 ASSISTANT DIRECTOR OF PROSECUTION CADER ⚖️(Home department)💼

puri,odisha
Joined June 2013
Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)
ଜୀବନରେ ଯଦି କାହାପାଇଁ କିଛି ଭଲକାର୍ଯ୍ଯ କରିଛନ୍ତି ତାହାଲେ ସେ କାର୍ଯ୍ଯ କେବେହେଲେ ବ୍ୟର୍ଥ ଯିବନାହିଁ, ଆଉଯାହାପାଇଁ କରିଛନ୍ତି ସେହୁଏତ ଭୁଲିଯାଇପାରେ କିନ୍ତୁ ଇଶ୍ବର ନୁହଁନ୍ତି,ଭଗବାନ କେଉଁବାଟରେ କାହାମାଧ୍ୟମରେ ଆପଣଙ୍କ ଭଲ କର୍ମରମୁଲ୍ୟ ଆପଣଙ୍କୁ ନିଶ୍ଚୟ ଫେରେଇଦେବେ,ତେଣୁ ସବୁବେଳେ ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ଯକରିବା ଉଚିତ। – at Banapur, India
91
65
3
848
ପ୍ରଭୁ ସତରେ ଶାନ୍ତି ତ ଏଇଠି 🤗❤️
4
64
ଯେତେ ଦୂରରେ ରହିଲେ ବି ସମ୍ପର୍କ ଭାଙ୍ଗିଯାଏନି, ବରଂ ହୃଦୟ ଓ ମନର ଡୋରି ଯୋଉଠି ବନ୍ଧା ହେଇଥାଏ, ସେଇଠି ସମ୍ପର୍କ ଆହୁରି ସୁଦୃଢ ହେଇ ଗଢି ଉଠିଥାଏ, . . ଯେମିତି ପୃଥିବୀ ରେ ମଣିଷ ଯୋଉଠି ରହିଲେ ବି ତୋ ସହିତ ମନର ଡୋରି ସେମିତି ବାନ୍ଧି ହେଇ ଅଛି ✍️ #ହେ_ନାଥ 🙏
2
5
66
ଜୀବନ ଛୋଟ ବେଳେ ସମସ୍ୟା ମୁକ୍ତ ଥାଏ କାହିଁକି ନା ବାପା ମା ସବୁ ସମ୍ଭାଳି ନିଅନ୍ତି, . . ଆଉ ବଡ ହେଲା ପରେ, ସମସ୍ୟା ଭିତରେ ସବୁ ସହଜ କରିବାକୁ ହେଲେ ବାପା ମା ଙ୍କ ଆଶ୍ରିବାଦ , ଭଲ କର୍ମ, ଆଉ ତୋ ନାମ ହିଁ ଏକ ମାତ୍ର ସାହାରା ✍️ #ହେ_ନାଥ 🙏
17
12
1
230
1,280
ମନ ର ଆଶାନ୍ତି ବିଶ୍ରାମ କରିଲେ ଦୂର ହୁଏନି, . . ତୋ ଚିତରେ ମନ ଲଗେଇ, ସବୁ ଶୂନ୍ୟରୁ ଆରମ୍ଭ କଲେ ନିହାତି ଧୀରେ ଧୀରେ କମେ ✍️ #ହେ_ନାଥ
20
8
202
1,214
ମଙ୍ଗଳ ମୟ ପ୍ରଭୁ ମଙ୍ଗଳ ମୂରତି🙏 #ସିଦ୍ଧାମହାବୀର_ପୁରୀ ❤️
8
76
979
ଆଗେ ଛୋଟ ବେଳେ ପର୍ବ ପର୍ବାଣୀ ଆସିଲେ, ନୂଆ ଜାମା କିଣା ହଉଥିଲା, ବର୍ଷକୁ ଯଦି ହିସାବ କରିବା 3,4 ହଳ ଜାମା ବୋଧେ କିଣାହୁଏ,ସେ ଖୁସି ଗୋଟେ ଅଲଗା ପ୍ରକାର ଥିଲା ଆଉ ବେଳେ ବେଳେ ସେତେବେଳେ ଦୁଃଖ ବି ଲାଗୁଥିଲା ପାଖରେ ଯଦି ପଇସା ଥାଆନ୍ତା ଯେତେବେଳେ ଇଛା ସେତେବେଳେ ଜାମା କିଣିପାରନ୍ତି ବୋଲି ଭାବନା ବି ମନରେ ଆସୁଥିଲା... ଏବେ ନିଜ ଗୋଡ଼ରେ ନିଜେ ଠିଆ ହେଇଗଲୁଣି,ନୂଆ ଜାମା କିଣିବା ପାଇଁ ଆଉ କାହା ଉପରେ ନିର୍ଭର ହବାକୁ ପଡୁନି କି ପର୍ବ ପର୍ବାଣି କୁ ବି ଅପେକ୍ଷା କରିବାକୁ ପଡୁନି , କିନ୍ତୁ ସେ ଖୁସି ଆଉ ମିଳୁନି ଯାହା ବାପା ମା ଙ୍କ ପାଖରେ ଜାମା ପାଇଁ ଅଳି କଲା ବେଳେ ମିଳୁଥିଲା ✍️ #ଅନ୍ତହୀନ_ଶବ୍ଦ🍁
5
1
57
1,920
ବେଳେବେଳେ ଆମେ ସାଙ୍ଗ ସାଥି, ବନ୍ଧୁବାନ୍ଧବ ହରେଇ ନଥାଉ, . . ପ୍ରକୃତରେ ଯିଏ ନିଜର ତାକୁ ପାଖରେ ପାଇଥାଉ, ତୋ କୃପାରୁ ✍️ #ହେ_ନାଥ 🙏
6
5
1
92
993
ଜଗା ଦର୍ଶନ ଭାଗ୍ୟରେ ଥିଲେ ମିଳେ ଆଉ କାର୍ତ୍ତିକ ମାସରେ ଅବଢ଼ା ତ ସୌଭାଗ୍ୟ ❤️ #କାର୍ତ୍ତିକ_ଅବଢ଼ା
9
6
148
1,677
ମନ ଭିତରେ ଯେତେ ଶବ୍ଦ ଅଛି, ଦୁଃଖ ର ହଉ କି ସୁଖର, . . କାହା ପାଖରେ ସମୟ ନଥିଲେ ବି, ତୋ ପାଖେ କିନ୍ତୁ ସବୁବେଳେ ଢେର ସମୟ ଅଛି ସବୁରି ସବୁ ଶୁଣିବା ପାଇଁ✍️ #ହେ_ନାଥ 🙏
10
10
1
173
1,672
ଖେଳ ଖେଳିବା କାହା ସହିତ ବହୁତ ସହଜ, କିନ୍ତୁ ସେଇ ଖେଳରେ ମୁଁ ଅଂଶ ଗ୍ରହଣ କରିବାକୁ ନାପସନ୍ଦ କରେ ଯେଉଁଥିରେ କାହାକୁ ନିଜ ମାନସିକ ଶାନ୍ତି ଫେରି ପାଇବାକୁ ପାର୍ଥନା କରିବାକୁ ପଡେ ✍️ #ଅନ୍ତହୀନ_ଶବ୍ଦ 🍁
3
2
1
34
1,281
ସବୁଠାରୁ ବେଶି କଷ୍ଟ ଏଥିରେ ନଥାଏ ଯେ, କେହି ଜଣେ ବଦଳିଗଲା।କଷ୍ଟ ତ ସେତେବେଳେ ହୁଏ, ଯେତେବେଳେ ଏହି ସତ୍ୟକୁ ମନ ବୁଝିବାକୁ ଚାହେଁ ନାହିଁ ଯେ, ଯାହାର ଫେରିବା ବାଟକୁ ଚାହିଁ ତୁମେ ଏତେ ଦିନ ଅପେକ୍ଷା କରି ରହିଲ, ସେ ମଣିଷଟି ବୋଧହୁଏ କେବେ ବି ତୁମ ମନରେ ଥିବା ସେହି ରୂପରେ ନଥିଲା। ତୁମେ ଯାହାକୁ ଭାବି ଭଲ ପାଇଥିଲ, ଯାହାଠାରୁ ଯେଉଁ ଆଶା ରଖିଥିଲ, ସେସବୁ ହୁଏତ ତୁମ ମନର ସୃଷ୍ଟି ମାତ୍ର ଥିଲା।କାରଣ କେବେ କେବେ ଜଣେ ମଣିଷକୁ ହରାଇବାଠାରୁ ଅଧିକ କଷ୍ଟଦାୟକ ହୁଏ, ସେହି ମଣିଷକୁ ନେଇ ମନରେ ଗଢ଼ିଥିବା ସ୍ୱପ୍ନ,ଆଶା ଓ ପ୍ରତୀକ୍ଷାର ମୃତ୍ୟୁ।✍️ #ଅନ୍ତହୀନ_ଶବ୍ଦ 🍁
5
4
40
1,404
ସବୁ ସମୟ ସମୟର, ଆଉ ତୋର ଖେଳ, . . କାଲି ଯାଏଁ ଯୋଉ ଖରା ରେ ଦେହ ଜଳି ଯାଉଥିଲା, ଆଜି ସେଇ ଖରା ରେ ଶାନ୍ତି ମିଳୁଛି✍️ #ହେ_ନାଥ 🙏
15
4
183
1,680
ନିଜ ଭୁଲକୁ ଆମେ ପରିସ୍ଥିତିର ଦ୍ୱାହି ଦେଇ ଯଥାର୍ଥ ବୋଲି ଦର୍ଶାଉ, କିନ୍ତୁ ଅନ୍ୟର ଭୁଲକୁ ଅତି ସହଜରେ ନିନ୍ଦା କରୁ। ବାସ୍ତବରେ, ଆମେ ଯେଉଁ ମାପଦଣ୍ଡରେ ଅନ୍ୟକୁ ବିଚାର କରୁ, ସେହି ମାପଦଣ୍ଡରେ ନିଜକୁ ମଧ୍ୟ ବିଚାର କରିବା ଉଚିତ✍️ #ଅନ୍ତହୀନ_ଶବ୍ଦ 🍁
2
5
53
3,062
ଆମେ ଏବେ AI ଉପରେ ଏତେ ନିର୍ଭରଶୀଳ ଯେ, ବିଶେଷତଃ chatgpt ଉପରେ, ମଣିଷର ନିଜର ବୁଦ୍ଧି ଧୀରେ ଧୀରେ ଖୁର୍ଣ୍ଣ ହେଇ ହେଇ ଯାଉଛି, ମଣିଷ ମସ୍ତିଷ୍କ ର ଯେତିକି ବ୍ୟବହାର ବି ହଉଥିଲା ସେତିକି ବି ବ୍ୟବହାର ଆଉ ହଉନି, ଯଦି ଏବେ ଏ chatgpt ନାମକ AI ଉଭାନ ହେଇଯାଏ ତାହାଲେ ମଣିଷ ମସ୍ତିଷ୍କ ଆଗ କାମ କରିବା ବନ୍ଦ କରିଦବ କିଛି ସମୟ ପାଇଁ ବୋଧ ହୁଏ ✍️ #ସାମ୍ପ୍ରତିକ_ସ୍ଥିତି
3
1
37
1,447
ଆମ ବ୍ୟବହାର ରେ ଆମ ବାପା. ମା ଙ୍କର ସଂସ୍କାର ର ଅଂଶ ଚିକମିକ ହୁଏ ସବୁବେଳେ, ସେମାନେ ହୁଏ ତ ଦିନେ ନଥିବେ ସଂସାର ରେ, ହେଲେ ଆମର ନିରନ୍ତର ଚେଷ୍ଟା ରହିବା ଦରକାର ଆମେ ସଂସାର ରେ ଯେତେଦିନ ବଞ୍ଚିଛେ ଅନ୍ତତଃ ଆମ ଆଚରଣ ରେ ସେମାନେ ସବୁବେଳେ ସୁନ୍ଦର ରୁହନ୍ତୁ ✍️ #ଅନ୍ତହୀନ_ଶବ୍ଦ 🍁
3
2
44
1,340
ଅନ୍ୟର ମନକୁ କଷ୍ଟ ଦେଇ, . କାଶୀ, ବାରଣାସୀ, ଗଙ୍ଗା ସ୍ନାନ କରି କେହି ମୁକ୍ତି ପାଆନ୍ତିନି, ଚକା ଆଖି ଯେମିତି ଆଚାରଣ ତମର ଅନ୍ୟ ପ୍ରତି ଦେଖେ, ସେଇ ହିସାବ ରେ ସମସ୍ତଙ୍କ ପାଇଁ ସବୁ ନିର୍ଣ୍ଣୟ ବି କରେ✍️ #ହେ_ନାଥ 🙏
11
4
1
138
2,164
ରାମାୟଣ ସିନେମା ଟି ଦେଖିଲି,କ୍ୟାମେରା ରେ ପ୍ରାକୃତିକ ଓ ଭବ୍ୟ ଦୃଶ୍ୟ ର ଉତ୍ତଳୋନ ବହୁତ ସୁନ୍ଦର ଥିଲା, ଚଳଚ୍ଚିତ୍ରର ଚିତ୍ରଗ୍ରହଣ,କଳା, ଦୃଶ୍ୟସଜ୍ଜା, ସଂଗୀତ ଓ ଆଲୋକର ସୁନ୍ଦର ସମନ୍ୱୟ ମୋତେ ଏକ ଭବ୍ୟ ଏବଂ ମନୋମୁଗ୍ଧକର ଅନୁଭୂତି ରେ ଭରିଦେଲା ✍️ #ଜୟ_ଶ୍ରୀ_ରାମ 🙏
5
59
1,129
ଲାଞ୍ଚ ନବା କଣ ନିହାତି ଦରକାର ଜୀବନ ବଞ୍ଚିବା ପାଇଁ, ଯେତେବେଳେ ଆମେ ଦୁର୍ନୀତି ମୁକ୍ତ ସମାଜ ର କଥା କହୁ ସେତେବେଳେ ଆମେ ବହୁତ ବଡ ବଡ ଭାଷଣ ଦଉ, ଦୁର୍ନୀତି ନ କରିବା ପାଇଁ ଶପଥ ବି ନଉ, ଯେତେବେଳେ ଆମେ ଗୋଟେ ପଦ ପଦବୀ ରେ ରହୁ ସେତେବେଳେ ସାଧାରଣ ଜନତା ଆମଠୁ ବହୁତ କିଛି ଆଶା କରନ୍ତି ଆମ ଉପରେ ବିଶ୍ୱାସ ବି କରନ୍ତି, କିନ୍ତୁ ଦୁର୍ନୀତି ର ଚେର ଏତେ ଲମ୍ବା ହେଇଗଲାଣି ଯେ ବିଶ୍ୱାସ ହାରିଯାଉଛି, ଦୁର୍ନୀତି ଜିତି ଯାଉଛି, ତଥାପି ସବୁ ପରେ ନିଜ ମନ ଆଉ ସ୍ୱାଭିମାନ ଆଉ ସଂସ୍କାର ଜଣକୁ ଦୁର୍ନୀତି କରିବାଠୁ ରୋକିପାରିବ ନହଲେ ଦୁର୍ନୀତି ଏମିତି ବଢ଼ି ବଢ଼ି ଚାଲିଥିବ.. ✍️ #ସାମ୍ପ୍ରତିକ_ସ୍ଥିତି
10
3
1
70
5,417