Zilla Parishad, Ganjam retweeted
ଗଞ୍ଜାମ ଜିଲ୍ଲାରେ ଯାତାୟାତ ହେଲା ଆହୁରି ସହଜ, ସୁରକ୍ଷିତ ଓ ସୁଗମ
ଛତ୍ରପୁର ବସ୍ଷ୍ଟାଣ୍ଡରୁ ‘ଆମ ବସ୍’ ଇ-ବସ୍ ସେବାର ଶୁଭାରମ୍ଭ। ୮ଟି ପ୍ରମୁଖ ରୁଟ୍ରେ ୨୫ଟି ଆଧୁନିକ ଇ-ବସ୍ ଗଡ଼ିବା ଦ୍ୱାରା ଜିଲ୍ଲାର ପର୍ଯ୍ୟଟନ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମିଳିବ ନୂତନ ଗତି।
@CMO_Odisha @IPR_Odisha @SRC_Odisha @rdmodisha
Zilla Parishad, Ganjam retweeted
ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟାରେ ପ୍ରଭାବିତ ଚିକିଟି ବ୍ଲକ୍ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଗଞ୍ଜାମ ଜିଲ୍ଲାପାଳ ଘର ଓ ଫସଲ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ। କେ. ନୂଆଗାଁ ଗ୍ରାମ ପଞ୍ଚାୟତର ଲିଆଖାଇ ଗ୍ରାମରେ ଘର କ୍ଷୟକ୍ଷତି ଏବଂ ଚାନ୍ଦପୁର ଗ୍ରାମ ପଞ୍ଚାୟତର ଡୋଭର ଗ୍ରାମରେ ଫସଲ କ୍ଷୟକ୍ଷତି ଆକଳନ କାର୍ଯ୍ୟର ସ୍ଥଳୀୟ ଯାଞ୍ଚ କରିଥିଲେ। ଏହି ସମୟରେ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ ବ୍ଲକ୍ କୃଷି ଅଧିକାରୀ ଉପସ୍ଥିତ ଥିଲେ।
@CMO_Odisha @IPR_Odisha @SRC_Odisha @rdmodisha
Zilla Parishad, Ganjam retweeted
ଛତ୍ରପୁର ବସ୍ ଟର୍ମିନାଲରୁ ୨୫ଟି ଆଧୁନିକ ଇଲେକ୍ଟ୍ରିକ୍ ବସ୍ର ଶୁଭାରମ୍ଭ ହୋଇଛି। ମାନ୍ୟବର ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ପତାକା ଦେଖାଇ ଏହି ବସ୍ ସେବାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମାନ୍ୟବର ଖଲ୍ଲିକୋଟ ଓ ଛତ୍ରପୁର ବିଧାୟକ, ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧି ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ୯ଟି ଗୁରୁତ୍ୱପୂର୍ଣ୍ଣ ରୁଟ୍ରେ ଚଳାଚଳ କରିବାକୁ ଥିବା ଏହି ଇଲେକ୍ଟ୍ରିକ୍ ବସ୍ ସେବା ଜିଲ୍ଲାର ଯୋଗାଯୋଗ ବ୍ୟବସ୍ଥାକୁ ସୁଗମ କରିବା ସହ ପରିବେଶ ଅନୁକୂଳ ଗଣପରିବହନକୁ ପ୍ରୋତ୍ସାହିତ କରିବ।
@CMO_Odisha @IPR_Odisha @CTOdisha @CRUT_BBSR
Zilla Parishad, Ganjam retweeted
ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନ ପରିସରରେ ସଫେଇ କାର୍ଯ୍ୟ ଜାରି ରହିଛି। ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ୱଚ୍ଛ ଓ ସୁରକ୍ଷିତ କରି ପୁନଃ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଫେଇ ଓ ପରିମଳ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି।
@CMO_Odisha @IPR_Odisha @rdmodisha @SRC_Odisha
Zilla Parishad, Ganjam retweeted
ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର ପ୍ରଭାବିତ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ପରିବାର ପିଛା ୫୦ କେଜି ଚାଉଳ ସହାୟତା ପ୍ରଦାନ କରାଯାଉଛି। ଆଜି ଗୋଟିଏ ଦିନରେ ଜିଲ୍ଲାର ୧୨ଟି ବ୍ଲକ୍ର ୫୫୨୩ଟି ପରିବାରକୁ ମୋଟ ୨୭୬୧୫୦ କେଜି ଚାଉଳ ବଣ୍ଟନ କରାଯାଇଛି। ପ୍ରଭାବିତ ପରିବାରଙ୍କୁ ସହାୟତା ବଣ୍ଟନ କାର୍ଯ୍ୟ ଜିଲ୍ଲାରେ ଜାରି ରହିଛି।
@CMO_Odisha @IPR_Odisha @rdmodisha @SRC_Odisha
Zilla Parishad, Ganjam retweeted
ଗଞ୍ଜାମ ଜିଲ୍ଲାପାଳ ଆସିକା ବ୍ଲକ୍ର ନଳବଣ୍ଟା ଗ୍ରାମ ପରିଦର୍ଶନ କରି ଚାଲିଥିବା ରିଲିଫ୍ ବଣ୍ଟନ କାର୍ଯ୍ୟର ତଦାରଖ କରିଥିଲେ। ଏହି ଅବସରରେ ହିତାଧିକାରୀଙ୍କୁ ଦିଆଯାଉଥିବା ଚାଉଳର ଓଜନ ନିଜେ ଯାଞ୍ଚ କରିବା ସହ ସ୍ୱଚ୍ଛ ଓ ସଠିକ୍ ବଣ୍ଟନ ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇଥିଲେ। ଏଥିସହ ଯୋଗ୍ୟ ହିତାଧିକାରୀଙ୍କ ଘରେ ସିଧାସଳଖ ରିଲିଫ୍ ସାମଗ୍ରୀ ପହଞ୍ଚାଇବାକୁ PEO ଓ BDOଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
@CMO_Odisha @IPR_Odisha @rdmodisha @SRC_Odisha
Zilla Parishad, Ganjam retweeted
ବନ୍ୟାଜନିତ ଫସଲ କ୍ଷୟକ୍ଷତିର ଆକଳନ ଓ ସ୍ଥଳସ୍ତରୀୟ ଯାଞ୍ଚ ପାଇଁ ଛତ୍ରପୁର ବ୍ଲକ୍ର ବଡ଼ମାଧପୁର ଓ ପୋଟଲାମପୁର ଗ୍ରାମ ପଞ୍ଚାୟତ ଏବଂ ପୁରୁଷୋତ୍ତମପୁର ବ୍ଲକ୍ର ସୋଲଘର ଗ୍ରାମ ପଞ୍ଚାୟତରେ କୃଷି ଓ ଉଦ୍ୟାନ କୃଷି ବିଭାଗର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ।
@CMO_Odisha @IPR_Odisha @rdmodisha @SRC_Odisha
Zilla Parishad, Ganjam retweeted
ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସହାୟତା ପ୍ୟାକେଜ୍ ଅନ୍ତର୍ଗତ ଶେରଗଡ଼ ବ୍ଲକ୍ର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ବଣ୍ଟନ ଆରମ୍ଭ ହୋଇଛି।
@CMO_Odisha @IPR_Odisha @rdmodisha @SRC_Odisha
Zilla Parishad, Ganjam retweeted
ବନ୍ୟାଜନିତ କ୍ଷୟକ୍ଷତିର ଆକଳନ ଓ ପ୍ରଭାବିତ ପରିବାରଙ୍କୁ ତ୍ୱରିତ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ OSWAN ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୫୦ କିଲୋ ଚାଉଳ ଓ ୨,୫୦୦ ଟଙ୍କାର ସହାୟତା ବଣ୍ଟନ, କ୍ଷତିଗ୍ରସ୍ତ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନର ଆକଳନ, କୃଷି କ୍ଷୟକ୍ଷତି, ବିଦ୍ୟାଳୟ ଖୋଲିବା, ପରିମଳ ବ୍ୟବସ୍ଥା ଏବଂ ନଦୀବନ୍ଧ ଓ ଜଳସେଚନ ଭିତ୍ତିଭୂମିର ମରାମତି କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ସହାୟତା ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଗୁରୁତର ପ୍ରଭାବିତ ପରିବାରଙ୍କୁ ପ୍ରାଥମିକତା ଦେବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
@CMO_Odisha @IPR_Odisha @rdmodisha @SRC_Odisha
Zilla Parishad, Ganjam retweeted
ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାରେ ଏପର୍ଯ୍ୟନ୍ତ ହୋଇଥିବା କ୍ଷୟକ୍ଷତି ଆକଳନର ତଥ୍ୟ। ଜିଲ୍ଲାରେ ୨୦ଟି ଆକଳନ ଟିମ୍ ଗଠନ କରାଯାଇ ୪୪୦ଟି ଗ୍ରାମ ପଞ୍ଚାୟତ ଓ ୧,୭୦୦ରୁ ଅଧିକ ଗ୍ରାମରେ ଆକଳନ କାର୍ଯ୍ୟ କରାଯାଇଛି। ରାଜସ୍ୱ, କୃଷି ଓ ଉଦ୍ୟାନ କୃଷି ବିଭାଗର ସମନ୍ୱୟରେ କ୍ଷୟକ୍ଷତିର ତଥ୍ୟ ସଂଗ୍ରହ ଜାରି ରହିଛି।
@CMO_Odisha @IPR_Odisha @rdmodisha @SRC_Odisha @krushibibhag @Horticultureod1
Zilla Parishad, Ganjam retweeted
ଛତ୍ରପୁର ବ୍ଲକ୍ର ବଉଳଗାଁ ଓ ମାଧପୁର ଅଞ୍ଚଳ ପରିଦର୍ଶନ କରି ବନ୍ୟାରେ କ୍ଷତିଗ୍ରସ୍ତ ଧାନ ଚାଷଜମିର ସ୍ଥିତି ଅନୁଧ୍ୟାନ କରିଥିଲେ ଗଞ୍ଜାମ ଜିଲ୍ଲାପାଳ। ଏଥିସହ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଯଥାଶୀଘ୍ର ଦାଖଲ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Zilla Parishad, Ganjam retweeted
ବାତ୍ୟା ‘ଅର୍ଣ୍ଣବ’ ଜନିତ ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ବାସ୍ତବ ସ୍ଥିତି ଆକଳନ ପାଇଁ ୮ ଜଣିଆ କେନ୍ଦ୍ରୀୟ ଦଳ (Inter-Ministerial Central Team ) ଜିଲ୍ଲା ଗସ୍ତ କରିଛନ୍ତି। ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଟିମ୍ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।
ଏହି ଗସ୍ତ ଅବସରରେ ଟିମ୍ ଆସିକା ଉପଖଣ୍ଡ ଚିକିତ୍ସାଳୟ, ଆସିକା-ହିଞ୍ଜିଳିକାଟୁ ସଂଯୋଗକାରୀ ବ୍ରିଜ୍ ଏବଂ ଆସିକା ବ୍ଲକ୍ର ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ନବରତ୍ନପୁର ଗ୍ରାମ ପରିଦର୍ଶନ କରିଥିଲେ।
ପରିଦର୍ଶନ ସମୟରେ ବନ୍ୟା ଯୋଗୁଁ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି, ସଡ଼କ ଓ ଯୋଗାଯୋଗ ବ୍ୟବସ୍ଥା ସହ ଘର ଓ ସମ୍ପତ୍ତିର ହୋଇଥିବା କ୍ଷୟକ୍ଷତିକୁ ଟିମ୍ ନିକଟରୁ ଅନୁଧ୍ୟାନ କରିବା ସହ ପୁନରୁଦ୍ଧାର ଓ ରିଲିଫ୍ ସମ୍ପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରିଥିଲେ।
@CMO_Odisha @IPR_Odisha @rdmodisha @SRC_Odisha
Zilla Parishad, Ganjam retweeted
ବାତ୍ୟା ‘ଅର୍ଣ୍ଣବ’ ଜନିତ କ୍ଷୟକ୍ଷତିର ସ୍ଥଳୀୟ ଆକଳନ ପାଇଁ ୮ ଜଣିଆ ଆନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ (IMCT) ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପୁରୁଷୋତ୍ତମପୁର ବ୍ଲକ୍ର ଅଚୁଳି ଓ ହାଣ୍ଡିଘରା ଗ୍ରାମ ସମେତ ହୀରାଧରବତୀ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଟିମ୍ ନଦୀବନ୍ଧ, ଚାଷଜମି, ଉଠା ଜଳସେଚନ ପ୍ରକଳ୍ପ, ଗ୍ରାମ୍ୟ ରାସ୍ତା, ବିଦ୍ୟୁତ୍ ଖୁଣ୍ଟି ଓ ଉଦ୍ୟାନ କୃଷି ଫସଲର କ୍ଷୟକ୍ଷତି ସମେତ ଜଳସେଚନ ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିଥିଲେ।
@CMO_Odisha @IPR_Odisha @rdmodisha @SRC_Odisha
Zilla Parishad, Ganjam retweeted
ଗଞ୍ଜାମ ଜିଲ୍ଲାପାଳ ଭଞ୍ଜନଗର ବାଇପାସ୍ ନିକଟରେ ବାତ୍ୟାରେ କ୍ଷତିଗ୍ରସ୍ତ ୨୦ରୁ ଊର୍ଦ୍ଧ୍ୱ ଘର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ପ୍ରଭାବିତ ପରିବାରଗୁଡ଼ିକ ସହ ଆଲୋଚନା କରି ସେମାନଙ୍କୁ ଘର ଯୋଗାଇଦେବା ପାଇଁ ଆଶ୍ୱାସନା ଦେଇଥିଲେ। ଏହି ସମୟରେ ଉପଜିଲ୍ଲାପାଳ, ବିଡିଓ ଓ ତହସିଲଦାର ଉପସ୍ଥିତ ଥିଲେ।
@CMO_Odisha @IPR_Odisha @rdmodisha @SRC_Odisha
Zilla Parishad, Ganjam retweeted
ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ ଆସିକା ଉପଖଣ୍ଡ ଚିକିତ୍ସାଳୟଠାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ପ୍ରାୟ ୨୦ଟି ମୋବାଇଲ୍ ହେଲ୍ଥ ୟୁନିଟ୍ (MHU)ର ଶୁଭାରମ୍ଭ କରିଥିଲେ। ଏଥିସହ ଅସ୍ଥାୟୀ ଚିକିତ୍ସାଳୟରେ ଚାଲିଥିବା ରୋଗୀସେବା ଓ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ। ଏହି ଅବସରରେ ମାନ୍ୟବର ଆସିକା ବିଧାୟକ, ଗଞ୍ଜାମ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
@CMO_Odisha @IPR_Odisha @rdmodisha @SRC_Odisha
Zilla Parishad, Ganjam retweeted
ବନ୍ୟା ପ୍ରଭାବିତ ବେଲଗୁଣ୍ଠା ବ୍ଲକ୍ର ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସ୍ୱାସ୍ଥ୍ୟସେବାର ସ୍ଥିତି, ରୋଗୀଙ୍କ ପାଇଁ ଉପଲବ୍ଧ ସୁବିଧା ଓ ଭିତ୍ତିଭୂମିର ସମୀକ୍ଷା କରିଥିଲେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ମାନ୍ୟବର ସୋରଡ଼ା ବିଧାୟକ ଓ ଗଞ୍ଜାମ ଜିଲ୍ଲାପାଳ।
ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଓ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଣ ସୁନିଶ୍ଚିତ କରିବା ସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରସ୍ତୁତ ଓ ସୁଦୃଢ଼ ରଖିବା ଉପରେ ଗୁରୁତ୍ୱ ଦେଇ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।
@CMO_Odisha @IPR_Odisha @rdmodisha @SRC_Odisha @HFWOdisha
Zilla Parishad, Ganjam retweeted
ବାତ୍ୟା ‘ଅର୍ଣ୍ଣବ’ ପରେ ଗଞ୍ଜାମ ଜିଲ୍ଲାରେ ଜଳ ଯୋଗାଣ ଓ ବିଦ୍ୟୁତ୍ ସେବାର ପୁନଃସ୍ଥାପନ କାର୍ଯ୍ୟରେ ସାମିଲ ହୋଇଛନ୍ତି ସରକାରୀ ଆଇ.ଟି.ଆଇ. ଓ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନର ଛାତ୍ରମାନେ। ଜିଲ୍ଲାର ୫ଟି ସରକାରୀ ଆଇ.ଟି.ଆଇ. ଓ ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ୍, ବ୍ରହ୍ମପୁରର ଛାତ୍ରମାନେ କ୍ଷତିଗ୍ରସ୍ତ ପମ୍ପ ଓ ବୈଦ୍ୟୁତିକ ଉପକରଣ ମରାମତି କରୁଛନ୍ତି। ଆସିକା ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ ମରାମତି କାର୍ଯ୍ୟ ସମ୍ପନ୍ନ କରିଛନ୍ତି।
ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଏହି ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। @CMO_Odisha @IPR_Odisha @rdmodisha @SRC_Odisha
Zilla Parishad, Ganjam retweeted
ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ମୁଖ୍ୟ ଉନ୍ନୟନ ଅଧିକାରୀ (CDO) ଓ ଅନ୍ୟାନ୍ୟ ଅଧିକାରୀମାନେ ଆସିକା ମହିଳା ମହାବିଦ୍ୟାଳୟରେ ଅସ୍ଥାୟୀ ଭାବେ ଚାଲିଥିବା ଚିକିତ୍ସାଳୟ ପରିଦର୍ଶନ କରି ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଏଥିସହ ସହରର ସମସ୍ତ ୱାର୍ଡରେ ରାତିରେ ଚାଲିଥିବା ସଫେଇ କାର୍ଯ୍ୟର ମଧ୍ୟ ତଦାରଖ କରିଥିଲେ।
@CMO_Odisha @IPR_Odisha @SRC_Odisha @rdmodisha
Zilla Parishad, Ganjam retweeted
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଶୋଇଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ସୋରଡ଼ା ବ୍ଲକ୍ରେ ଏକ ଜରୁରୀକାଳୀନ ସମୀକ୍ଷା ବୈଠକ କରିଥିଲେ।
ଏଥିସହ ସାନ ସୋରଡ଼ାସ୍ଥିତ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ୧୮୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ। ପୂର୍ବରୁ ବାତ୍ୟାରେ କ୍ଷତିଗ୍ରସ୍ତ ପରିବାରଙ୍କୁ ନିୟମାନୁଯାୟୀ ସରକାରୀ ସହାୟତା ଯୋଗାଇଦେବାକୁ ଆଶ୍ୱାସନା ଦେଇଥିଲେ।
@CMO_Odisha @IPR_Odisha @rdmodisha @SRC_Odisha
Zilla Parishad, Ganjam retweeted
ଶେରଗଡ ବ୍ଲକ ଅଧୀନ ପ୍ରଭାବିତ ଅଞ୍ଚଳରେ ୩୨ଟି ଫ୍ରି କିଚେନ କେନ୍ଦ୍ର ମାଧ୍ୟମରେ ଖାଦ୍ୟ ବଣ୍ଟନ ସହ ବିଦ୍ୟୁତ୍, ପାନୀୟ ଜଳ ଏବଂ ପୁନଃସ୍ଥାପନ କାର୍ଯ୍ୟ ଜୋରସୋରରେ ଚାଲିଛି। ଜନସାଧାରଣଙ୍କ ସେବା ଓ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ସର୍ବଦା ତତ୍ପର।
@CMO_Odisha @IPR_Odisha @rdmodisha @SRC_Odisha



































































