ନବୀନଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡ଼ାରେ ବାତ୍ୟା ‘ଅକବାନ୍’କୁ ମୁକାବିଲା କରିବା ପାଇଁ ବିଜେଡି ନେତୃମଣ୍ଡଳୀ ସକ୍ରିୟ। ଲୋକଙ୍କ ସୁରକ୍ଷା ଓ ସହାୟତା ପାଇଁ ନବୀନ ବ୍ରିଗେଡ୍ ସର୍ବଦା ପ୍ରସ୍ତୁତ।
#NaveenBrigade #BJDForPeople #OdishaWithBJD #NaveenPatnaik #CycloneAkban
5
82
ନବୀନଙ୍କ ଆହ୍ୱାନରେ ଜନସେବା ପାଇଁ ଏକଜୁଟ୍ ନେତୃମଣ୍ଡଳୀ। ବାତ୍ୟା ‘ଅକବାନ୍’ର ସମ୍ଭାବ୍ୟ ପ୍ରଭାବକୁ ମୁକାବିଲା କରିବା ସହ ଲୋକଙ୍କ ସୁରକ୍ଷା ଓ ସହାୟତା ପାଇଁ ବାଲେଶ୍ୱରରେ ସୁଦାମ ମାର୍ଣ୍ଡିଙ୍କ ନେତୃତ୍ୱରେ ଜାରି ରହିଛି ଜନସେବା କାର୍ଯ୍ୟ।
#BJDForPeople #NaveenBrigade #NaveenPatnaik #OdishaWithBJD #CycloneAkban
1
4
72
ରାଜନୀତି ନୁହେଁ, ଲୋକଙ୍କ ସେବା ହିଁ ପ୍ରଥମ ପରିଚୟ। ବାତ୍ୟା ‘ଅକବାନ୍’କୁ ନେଇ ସତର୍କତା ମଧ୍ୟରେ ଜନସାଧାରଣଙ୍କ ସୁରକ୍ଷା, ସଚେତନତା ଓ ସହଯୋଗ ପାଇଁ ପୁରୀ ଜିଲ୍ଲାରେ,ଶ୍ରୀ ଦେବୀପ୍ରସାଦ ମିଶ୍ର ଓ ଅନ୍ୟ ନେତୃମଣ୍ଡଳୀ ନିରନ୍ତର କାର୍ଯ୍ୟରତ।
#BJDForPeople #NaveenPatnaikForOdisha #OdishaWithBJD #PeopleFirst
5
222
ବାତ୍ୟା ‘ଅକବାନ୍’ ମୁକାବିଲା ଓ ଜନସୁରକ୍ଷାକୁ ପ୍ରାଥମିକତା ଦେଇ, ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରତାପ ଜେନାଙ୍କ ସମେତ ବିଜେଡି ନେତୃମଣ୍ଡଳୀ ଗ୍ରାଉଣ୍ଡ ଜିରୋରେ ରହି ପରିସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ଓ ସହାୟତା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି।
#Odisha #Cyclone #NaveenPatnaik #DisasterManagement
7
125
ଡବଲ ଇଞ୍ଜିନ ସରକାର, ଓଡ଼ିଶାର କ୍ରୀଡାକ୍ଷେତ୍ରକୁ କରିଦେଲା ସର୍ବନାଶ...
#BJPAntiOdisha #FakeBJP #FraudBJP #GobackBJP #hockey
ବିପର୍ଯ୍ୟୟ ଆସିଲେ ଯିଏ ଆଗରେ ଛିଡ଼ା ହୁଅନ୍ତି, ଲୋକଙ୍କ ଜୀବନ ରକ୍ଷାକୁ ଯିଏ ପ୍ରଥମ ପ୍ରାଥମିକତା ଦିଅନ୍ତି, ସେ ହେଉଛନ୍ତି ଓଡ଼ିଶାର ମହାନାୟକ ନବୀନ ପଟ୍ଟନାୟକ।
#NaveenPatnaik #BJDForOdisha #BJDForPeople #Odisha #NaveenOdisha
ଟଙ୍କାର ଲୋଭରେ ନିଜ ଦଳ ଓ ନିଜ ଲୋକଙ୍କ ବିଶ୍ୱାସକୁ ବିକ୍ରି କରିଥିବା ରମାକାନ୍ତ ଭୋଇଙ୍କୁ, ତିର୍ତ୍ତୋଲବାସୀ ଦେଇଛନ୍ତି ଉଚିତ ଜବାବ। ଜନତାଙ୍କ ରାୟ ଆଗରେ ସ୍ୱାର୍ଥର ରାଜନୀତି ସବୁବେଳେ ହାରିବ...
#RamakantaBhoi #Tirtol #BijuJanataDalOdisha
କେନ୍ଦୁଝର ବସନ୍ତପୁରା ଜାହେରା ସ୍ଥଳୀରେ ଭଙ୍ଗାରୁଜା ଓ ଆକ୍ରମଣ ଅଭିଯୋଗକୁ ନେଇ ଆଦିବାସୀ ସମାଜର ପ୍ରତିବାଦ। ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ସତ୍ତ୍ୱେ ପୋଲିସ ନିରବ କାହିଁକି?
#Keonjhar #BJPAntiOdisha #FakeBJP #FraudBJP #GoBackBJP
ରାଜନୀତି ନୁହେଁ, ଲୋକଙ୍କ ସୁରକ୍ଷା ହିଁ ପ୍ରଥମ ପ୍ରାଥମିକତା। ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ୭ଟି ଜିଲ୍ଲାରେ ବିଜେଡିର ଆଗୁଆ ପ୍ରସ୍ତୁତି ଓ ଜନସେବାର ଦୃଢ଼ ପଦକ୍ଷେପ।
#BJDForPeople #NaveenOdisha #NaveenPatnaik
1
17
237
BJD IT Cell retweeted
ଗଭୀର ଚିନ୍ତିତ ଯେ ଓଡ଼ିଶା ଉପକୂଳରେ ପୁଣି ଗୋଟିଏ ବାତ୍ୟା ଅକବାନ୍ ଲ୍ୟାଣ୍ଡଫଲ୍ କରିବାର ଆଶଙ୍କା ଦେଖା ଦେଇଛି।
ଗତ ମାସରେ ଅର୍ଣ୍ଣବ ବାତ୍ୟା ଓ ବନ୍ୟା ଦ୍ୱାରା ଆମର ଗଞ୍ଜାମ, ଗଜପତି ଓ କନ୍ଧମାଳ ଆଦି ଜିଲ୍ଲା ବିଶେଷ କ୍ଷତି ସହିଥିଲା। ଏହି ଜିଲ୍ଲାଗୁଡ଼ିକର ଲୋକଙ୍କ କଷ୍ଟ ଆମ ସମସ୍ତଙ୍କୁ ବହୁତ ଦୁଃଖ ଦେଇଛି।
ସମସ୍ତେ ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ। ପ୍ରଶାସନକୁ ସହଯୋଗ କରନ୍ତୁ। ଏହି ବିପତ୍ତି ସମୟରେ ବିଜୁ ଜନତା ଦଳର ସମସ୍ତ ନେତା ଓ କର୍ମୀ ଭାଇଭଉଣୀମାନେ ଲୋକଙ୍କ ସହ ରହି ସହାୟତା ଯୋଗାଇ ଦିଅନ୍ତୁ।
#OdishaCares #BJDWithOdisha
ବିପର୍ଯ୍ୟୟ ଯେତେ ବଡ଼ ହେଉ ନା କାହିଁକି, ଓଡ଼ିଶାବାସୀଙ୍କ ମନୋବଳ ସବୁବେଳେ ଦୃଢ଼। ଆସନ୍ତା ବାତ୍ୟା ଅକୱାନକୁ ନେଇ ଭୟଭୀତ ନହୋଇ ସତର୍କ ରହିବାକୁ ନବୀନ ବାବୁ ଦେଇଛନ୍ତି ଆହ୍ୱାନ। ଲୋକଙ୍କ ସେବା ଓ ସହଯୋଗ ପାଇଁ ବିଜେଡି ସଦା ପ୍ରସ୍ତୁତ।
#NaveenPatnaikForOdisha #BJDWithPeople #CycloneAkwan
ବେଲେ ବେଲେ ପଖାଳ ଖାଉଛନ୍ତି କିନ୍ତୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ହାତ ଥରୁଛି...
#BJPAntiOdisha #FakeBJP #middaymeal
ଓଡ଼ିଶାର ଖଣିଜ ସମ୍ପଦ ଉପରେ ଓଡ଼ିଶାର ହିଁ ଅଧିକାର। MMDR କଳା ଆଇନ ବିରୋଧରେ ବିଜେଡିର ଲଢ଼େଇ ଥମିବ ନାହିଁ, ରାଜ୍ୟର ସ୍ୱାର୍ଥ ପାଇଁ ସଂଘର୍ଷ ଜାରି ରହିବ।
#MMDRAct2026 #ଆମଖଣିଆମଅଧିକାର #NaveenPatnaik #BJDForOdisha
ପରିବର୍ତ୍ତନ ନାଁ ରେ ଓଡିଶାକୁ ସର୍ବନାଶ ମୁହଁକୁ ଠେଲି ଦେଇଛି ବିଜେପି ସରକାର ।
#BJPAntiOdisha #FakeBJP #FraudBJP #GoBackBJP
RT @Naveen_Odisha: ଓଡ଼ିଶାର ଗୌରବ ପାରା ଆଥଲେଟ୍ ଜୟନ୍ତୀ ବେହେରାଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି। ଜାପାନରେ ଅନୁଷ୍ଠିତ ପାରା ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ସେ ଦେ…
କଲେଜ କ୍ୟାମ୍ପସରୁ ଆସିଛି ସ୍ପଷ୍ଟ ସଙ୍କେତ, ଓଡ଼ିଶାର ଯୁବପିଢ଼ି ପରିବର୍ତ୍ତନ ଓ ଅଧିକାରର ସ୍ୱର ସହ ଛିଡ଼ା ହୋଇଛନ୍ତି। GEN Zଙ୍କ ପ୍ରଥମ ପସନ୍ଦ ଏବେ ବିଜେଡି।
#BJDForGenZ #StudentsWithBJD #NaveenPatnaik #BJDForOdisha #StudentElection
BJD IT Cell retweeted
ଡବଲ୍ ଇଞ୍ଜିନ୍ ସରକାର ଓଡ଼ିଶାବାସୀଙ୍କ ସମସ୍ତ ଆଶା ଓ ଭରସାକୁ ଭାଙ୍ଗି ଦେଇଛି। ଗତ ଅଢ଼େଇ ବର୍ଷ ମଧ୍ୟରେ ଏ ସରକାର ଲୋକଙ୍କ ବିଶ୍ୱାସ ହରାଇଛି।
ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ବିଧାୟକ ଦଳ ବୈଠକରେ ଅଧ୍ୟକ୍ଷତା କରି ଲୋକଙ୍କ ସ୍ୱର ସାଜିବାକୁ ଆହ୍ୱାନ କଲି।
ଏ ସରକାରଙ୍କ ବିଫଳତାର ସବୁଠାରୁ ବଡ଼ ଉଦାହରଣ ହେଉଛି ବିପର୍ଯ୍ୟୟ ପରିଚାଳନା। ନିକଟରେ ଗଞ୍ଜାମରେ ଘଟିଥିବା ମନୁଷ୍ୟକୃତ ବନ୍ୟା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ଛବିକୁ ମଳିନ କରିବା ସହ ଡବଲ୍ ଇଞ୍ଜିନ୍ ସରକାରର ଅପାରଗତାକୁ ପଦାରେ ପକାଇଛି।
ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ଲୋକମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗିଛନ୍ତି। ମୋର ଗଞ୍ଜାମ ଗସ୍ତ ସମୟରେ ଲୋକଙ୍କ ଦୁଃଖଦୁର୍ଦ୍ଦଶା ଓ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ଦେଖି ମୁଁ ଅତ୍ୟନ୍ତ ମର୍ମାହତ ହୋଇଥିଲି।
ସେହିପରି ୧୩ ଅଗଷ୍ଟ ୨୦୨୬ ଓଡ଼ିଶା ପାଇଁ ଏକ କଳା ଦିନ ଥିଲା। ବିଜେଡିର ବିରୋଧ ସତ୍ତ୍ୱେ ସଂସଦରେ MMDR ସଂଶୋଧନ ଆଇନ ପାରିତ କରି ଦିଆଗଲା।
ଏହି ଆଇନ ଆମ ନିଜ ଜମି ଓ ଖଣିଜ ସମ୍ପଦ ଉପରେ ଆମର ଅଧିକାରକୁ ଛଡ଼ାଇ ନେଇଛି। ଏହା ଦ୍ୱାରା ଓଡ଼ିଶା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ ଏବଂ ଦୀର୍ଘକାଳୀନ ଭାବେ ଏହି କ୍ଷତି ଲକ୍ଷ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ। ଆମେ ଏହି କଳା ଆଇନକୁ ବିରୋଧ କରିଆସିଛୁ ଏବଂ ଆଗକୁ ମଧ୍ୟ ଏହାର ବିରୋଧ ଜାରି ରଖିବୁ।
କୋରାପୁଟ କୋଟିଆ ସମସ୍ୟାର ସମାଧାନ ପାଇଁ ଡବଲ୍ ଇଞ୍ଜିନ୍ ସରକାରଙ୍କର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି। ବିଜେଡି ନେତାମାନେ କୋଟିଆ ଗସ୍ତ କରି ଆନ୍ଧ୍ରପ୍ରଦେଶ ସରକାରଙ୍କ ଦାଦାଗିରି ବିରୋଧରେ ପ୍ରତିବାଦ କରିଛନ୍ତି। ଆମ ଜମି ଏବଂ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଆମେ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବୁ।
ଏ ସରକାର କ୍ଷମତାକୁ ଆସିବା ପରଠାରୁ ଚାଷୀମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ମଣ୍ଡିଗୁଡ଼ିକ ଠିକ୍ ସମୟରେ ଖୋଲୁନାହିଁ। ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଭାରତୀୟ ଖାଦ୍ୟ ନିଗମ (FCI) ଓଡ଼ିଶାର ଚାଷୀଙ୍କ ଚାଉଳ ଉଠାଉ ନାହିଁ।
ସମ୍ପ୍ରତି ଅନୁଷ୍ଠିତ କଲେଜ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ଉଲ୍ଲେଖନୀୟ ପ୍ରଦର୍ଶନ କରି ଶାସକ ଦଳର ଅର୍ଥବଳ ଓ ବାହୁବଳକୁ ପରାସ୍ତ କରିଛି। ନିର୍ବାଚନ ଫଳାଫଳକୁ ପ୍ରଭାବିତ ଓ ହେରଫେର କରିବା ପାଇଁ ସରକାରଙ୍କ ସକ୍ରିୟ ହସ୍ତକ୍ଷେପ ସବୁଠି ନିନ୍ଦିତ ହୋଇଛି।
ଦରଦାମ୍ ବୃଦ୍ଧି, ଆଇନଶୃଙ୍ଖଳା ପରିସ୍ଥିତି ଓ ସାମାଜିକ ସୁରକ୍ଷା ଭତ୍ତା ଆଦି ସବୁ କ୍ଷେତ୍ରରେ ଏ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି। ଗତ ଛଅ ମାସ ଧରି ହିତାଧିକାରୀମାନେ ଭତ୍ତା ପାଇନାହାନ୍ତି। ଏହାର ପରିଣାମସ୍ୱରୂପ କେତେକ ହିତାଧିକାରୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି।
ମୁଖ୍ୟ ବିରୋଧୀ ଦଳ ଭାବେ ଏହି ସମସ୍ତ ପ୍ରସଙ୍ଗକୁ ଉଠାଇ ଡବଲ୍ ଇଞ୍ଜିନ୍ ସରକାରର ନୈରାଶ୍ୟଜନକ କାର୍ଯ୍ୟଦକ୍ଷତା ନେଇ ଲୋକଙ୍କ ସ୍ୱର ଆହୁରି ଶାଣିତ କରାଯିବ।
#BJDWithOdisha
ଭତ୍ତା ଆଶାରେ ଚାହିଁ ବସିଛନ୍ତି ବୟସ୍କ ଓ ଅସହାୟ ଲୋକେ, ହେଲେ ଡବଲ ଇଞ୍ଜିନ ସରକାରଙ୍କ ପାଖରେ ନାହିଁ ସମୟ କି ଆନ୍ତରିକତା। ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି, ଆଜି ଲୋକଙ୍କୁ ନିରାଶ କରୁଛି।
#BJPAntiOdisha #FakeBJP #NaveenPatnaik #BJDForPeople
ଅଢେଇ ବର୍ଷର ଶାସନରେ ଓଡ଼ିଶାର ବିକାଶ ଓ ବିପର୍ଯ୍ୟୟ ପରିଚାଳନାକୁ ନେଇ ଉଠୁଛି ଅନେକ ପ୍ରଶ୍ନ। ଗଞ୍ଜାମର ବନ୍ୟା ପରିସ୍ଥିତି ଏବଂ ଲୋକଙ୍କ ଦୁର୍ଦ୍ଦଶାକୁ ନେଇ ସରକାରଙ୍କ ଉତ୍ତରଦାୟିତ୍ୱ ଏବେ ଚର୍ଚ୍ଚାରେ।
#GanjamFlood #OdishaPolitics #NaveenPatnaik #BJDForPeople
ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଆଗାମୀ ବିଧାନସଭା ଅଧିବେଶନ ପାଇଁ ପ୍ରସ୍ତୁତ ବିଜେଡି ବିଧାୟକ ଦଳ। ଲୋକଙ୍କ ସମସ୍ୟା ଓ ସରକାରଙ୍କ ବିଫଳତାକୁ ଗୃହରେ ଦୃଢ଼ତାର ସହ ଉଠାଇବ ବିଜେଡି।
#NaveenPatnaik #BJDForPeople #OdishaWithNaveen #BJDForOdisha

























