BJD IT Cell (@BJDITCell) header
BJD IT Cell (@BJDITCell) profile picture

The official page of Biju Janata Dal, Odisha. Responsible for all digital presence of the Party.

Bhubaneswar, Odisha
Joined October 2022
ଗଭୀର ଚିନ୍ତିତ ଯେ ଓଡ଼ିଶା ଉପକୂଳରେ ପୁଣି ଗୋଟିଏ ବାତ୍ୟା ଅକବାନ୍ ଲ୍ୟାଣ୍ଡଫଲ୍ କରିବାର ଆଶଙ୍କା ଦେଖା ଦେଇଛି। ଗତ ମାସରେ ଅର୍ଣ୍ଣବ ବାତ୍ୟା ଓ ବନ୍ୟା ଦ୍ୱାରା ଆମର ଗଞ୍ଜାମ, ଗଜପତି ଓ କନ୍ଧମାଳ ଆଦି ଜିଲ୍ଲା ବିଶେଷ କ୍ଷତି ସହିଥିଲା। ଏହି ଜିଲ୍ଲାଗୁଡ଼ିକର ଲୋକଙ୍କ କଷ୍ଟ ଆମ ସମସ୍ତଙ୍କୁ ବହୁତ ଦୁଃଖ ଦେଇଛି। ସମସ୍ତେ ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ। ପ୍ରଶାସନକୁ ସହଯୋଗ କରନ୍ତୁ। ଏହି ବିପତ୍ତି ସମୟରେ ବିଜୁ ଜନତା ଦଳର ସମସ୍ତ ନେତା ଓ କର୍ମୀ ଭାଇଭଉଣୀମାନେ ଲୋକଙ୍କ ସହ ରହି ସହାୟତା ଯୋଗାଇ ଦିଅନ୍ତୁ। #OdishaCares #BJDWithOdisha
75
253
5
1,711
36,243
RT @Naveen_Odisha: ଓଡ଼ିଶାର ଗୌରବ ପାରା ଆଥଲେଟ୍ ଜୟନ୍ତୀ ବେହେରାଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି। ଜାପାନରେ ଅନୁଷ୍ଠିତ ପାରା ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ସେ ଦେ…
1
15
ଡବଲ୍ ଇଞ୍ଜିନ୍ ସରକାର ଓଡ଼ିଶାବାସୀଙ୍କ ସମସ୍ତ ଆଶା ଓ ଭରସାକୁ ଭାଙ୍ଗି ଦେଇଛି। ଗତ ଅଢ଼େଇ ବର୍ଷ ମଧ୍ୟରେ ଏ ସରକାର ଲୋକଙ୍କ ବିଶ୍ୱାସ ହରାଇଛି। ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ବିଧାୟକ ଦଳ ବୈଠକରେ ଅଧ୍ୟକ୍ଷତା କରି ଲୋକଙ୍କ ସ୍ୱର ସାଜିବାକୁ ଆହ୍ୱାନ କଲି। ଏ ସରକାରଙ୍କ ବିଫଳତାର ସବୁଠାରୁ ବଡ଼ ଉଦାହରଣ ହେଉଛି ବିପର୍ଯ୍ୟୟ ପରିଚାଳନା। ନିକଟରେ ଗଞ୍ଜାମରେ ଘଟିଥିବା ମନୁଷ୍ୟକୃତ ବନ୍ୟା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ଛବିକୁ ମଳିନ କରିବା ସହ ଡବଲ୍ ଇଞ୍ଜିନ୍ ସରକାରର ଅପାରଗତାକୁ ପଦାରେ ପକାଇଛି। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ଲୋକମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗିଛନ୍ତି। ମୋର ଗଞ୍ଜାମ ଗସ୍ତ ସମୟରେ ଲୋକଙ୍କ ଦୁଃଖଦୁର୍ଦ୍ଦଶା ଓ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ଦେଖି ମୁଁ ଅତ୍ୟନ୍ତ ମର୍ମାହତ ହୋଇଥିଲି। ସେହିପରି ୧୩ ଅଗଷ୍ଟ ୨୦୨୬ ଓଡ଼ିଶା ପାଇଁ ଏକ କଳା ଦିନ ଥିଲା। ବିଜେଡିର ବିରୋଧ ସତ୍ତ୍ୱେ ସଂସଦରେ MMDR ସଂଶୋଧନ ଆଇନ ପାରିତ କରି ଦିଆଗଲା। ଏହି ଆଇନ ଆମ ନିଜ ଜମି ଓ ଖଣିଜ ସମ୍ପଦ ଉପରେ ଆମର ଅଧିକାରକୁ ଛଡ଼ାଇ ନେଇଛି। ଏହା ଦ୍ୱାରା ଓଡ଼ିଶା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ ଏବଂ ଦୀର୍ଘକାଳୀନ ଭାବେ ଏହି କ୍ଷତି ଲକ୍ଷ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ। ଆମେ ଏହି କଳା ଆଇନକୁ ବିରୋଧ କରିଆସିଛୁ ଏବଂ ଆଗକୁ ମଧ୍ୟ ଏହାର ବିରୋଧ ଜାରି ରଖିବୁ। କୋରାପୁଟ କୋଟିଆ ସମସ୍ୟାର ସମାଧାନ ପାଇଁ ଡବଲ୍ ଇଞ୍ଜିନ୍ ସରକାରଙ୍କର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି। ବିଜେଡି ନେତାମାନେ କୋଟିଆ ଗସ୍ତ କରି ଆନ୍ଧ୍ରପ୍ରଦେଶ ସରକାରଙ୍କ ଦାଦାଗିରି ବିରୋଧରେ ପ୍ରତିବାଦ କରିଛନ୍ତି। ଆମ ଜମି ଏବଂ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଆମେ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବୁ। ଏ ସରକାର କ୍ଷମତାକୁ ଆସିବା ପରଠାରୁ ଚାଷୀମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ମଣ୍ଡିଗୁଡ଼ିକ ଠିକ୍ ସମୟରେ ଖୋଲୁନାହିଁ। ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଭାରତୀୟ ଖାଦ୍ୟ ନିଗମ (FCI) ଓଡ଼ିଶାର ଚାଷୀଙ୍କ ଚାଉଳ ଉଠାଉ ନାହିଁ। ସମ୍ପ୍ରତି ଅନୁଷ୍ଠିତ କଲେଜ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ଉଲ୍ଲେଖନୀୟ ପ୍ରଦର୍ଶନ କରି ଶାସକ ଦଳର ଅର୍ଥବଳ ଓ ବାହୁବଳକୁ ପରାସ୍ତ କରିଛି। ନିର୍ବାଚନ ଫଳାଫଳକୁ ପ୍ରଭାବିତ ଓ ହେରଫେର କରିବା ପାଇଁ ସରକାରଙ୍କ ସକ୍ରିୟ ହସ୍ତକ୍ଷେପ ସବୁଠି ନିନ୍ଦିତ ହୋଇଛି। ଦରଦାମ୍ ବୃଦ୍ଧି, ଆଇନଶୃଙ୍ଖଳା ପରିସ୍ଥିତି ଓ ସାମାଜିକ ସୁରକ୍ଷା ଭତ୍ତା ଆଦି ସବୁ କ୍ଷେତ୍ରରେ ଏ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି। ଗତ ଛଅ ମାସ ଧରି ହିତାଧିକାରୀମାନେ ଭତ୍ତା ପାଇନାହାନ୍ତି। ଏହାର ପରିଣାମସ୍ୱରୂପ କେତେକ ହିତାଧିକାରୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ମୁଖ୍ୟ ବିରୋଧୀ ଦଳ ଭାବେ ଏହି ସମସ୍ତ ପ୍ରସଙ୍ଗକୁ ଉଠାଇ ଡବଲ୍ ଇଞ୍ଜିନ୍ ସରକାରର ନୈରାଶ୍ୟଜନକ କାର୍ଯ୍ୟଦକ୍ଷତା ନେଇ ଲୋକଙ୍କ ସ୍ୱର ଆହୁରି ଶାଣିତ କରାଯିବ। #BJDWithOdisha
70
161
1
965
16,620
ଛାତ୍ର ସଂସଦ ନିର୍ବାଚନ #GenZ ଙ୍କ ଅସୀମ ଏକତାର ପ୍ରତୀକ। କଲେଜ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ, ସାରସକଣା, ବାଙ୍ଗିରିପୋଷି, ବାରିପଦା, ବଡ଼ସାହି, ବେତନଟୀ, ମୋରଡ଼ା ନିର୍ବାଚନମଣ୍ଡଳୀ ଏବଂ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ଼ କଲେଜର #BCJD ଛାତ୍ର ପ୍ରତିନିଧି ଓ ଦଳର ନେତୃବୃନ୍ଦଙ୍କୁ ଭେଟି ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲି। ନିଜର ଦକ୍ଷତା ଓ ନେତୃତ୍ୱ ବଳରେ ଓଡ଼ିଶାର ସମ୍ମାନକୁ ସର୍ବଦା ଶୀର୍ଷରେ ରଖିବା ପାଇଁ ସଭିଙ୍କୁ ଆହ୍ୱାନ କଲି। #BJDWithGenZ #BJDWithOdisha
30
96
1,171
21,513
ଓଡ଼ିଶାର #GenZ ଓ ଛାତ୍ରଶକ୍ତିଙ୍କ ଅଦ୍ଭୁତପୂର୍ବ ଏକତାର ପ୍ରତୀକ ସାଜିଛି ଛାତ୍ର ସଂସଦ ନିର୍ବାଚନ। କଲେଜ୍ ନିର୍ବାଚନରେ ବିଜୟୀ ବାଲେଶ୍ଵର ଜିଲ୍ଲାର ଭୋଗରାଇ ଓ ଜଳେଶ୍ଵର ନିର୍ବାଚନମଣ୍ଡଳୀର #BCJD ଛାତ୍ରଛାତ୍ରୀ ଏବଂ ଦଳୀୟ ନେତୃବୃନ୍ଦଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି। କଲେଜରେ ଶୈକ୍ଷିକ ବାତାବରଣ ବଜାୟ ରଖି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିବାକୁ ସଭିଙ୍କୁ ଆହ୍ଵାନ କଲି। #BJDWithGenZ #BJDWithOdisha
46
155
4
1,166
26,128
BJD IT Cell retweeted
ଗଭୀର ଦୁର୍ଦ୍ଦଶାରେ ଗଞ୍ଜାମବାସୀ, ବିଭିନ୍ନ ଅଞ୍ଚଳ ବୁଲି ବନ୍ୟା ପ୍ରଭାବିତ ଚାଷୀ ଏବଂ ଲୋକଙ୍କ ଦୁଃଖ ବୁଝିଲି। ଏ ପର୍ଯ୍ୟନ୍ତ ସରକାରଙ୍କ ସହାୟତା ବିପନ୍ନଙ୍କ ପାଖରେ ପହଞ୍ଚି ପାରି ନାହିଁ; ଯାହା ମିଳୁଛି ତାହା ନଗଣ୍ୟ। ଲୋକେ ଅସହାୟ ଅବସ୍ଥାରେ ଚାହିଁ ରହିଛନ୍ତି, ସରକାର ତତ୍ପରତାର ସହିତ ସହାୟତା ଯୋଗାଇ ଦିଅନ୍ତୁ। #Ganjam #CycloneArnab #BJDWithOdisha #OdishaFloods
63
230
5
1,346
24,275
BJD IT Cell retweeted
ଓଡ଼ିଶାବାସୀଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଆନ୍ଧ୍ରପ୍ରଦେଶ ଆସନ୍ତାକାଲି କୋଟିଆରେ ନିର୍ବାଚନ କରାଇବାକୁ ଅଗ୍ରସର ହେଉଥିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ। କୋଟିଆ ସମ୍ପର୍କରେ ମୁଁ ଅକ୍ଟୋବର ୧୯ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କୁ ଲେଖିଥିବା ଚିଠିର ଉତ୍ତର ଅକ୍ଟୋବର ୨୭ ତାରିଖରେ ପାଇଥିଲି। ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ମୁଁ ଜାଣିବାକୁ ପାଉଛି ଯେ, କୋଟିଆରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଅଧିକାରୀମାନଙ୍କ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଓ ମୁହାଁମୁହିଁ ଅବସ୍ଥା ତୃଣମୂଳସ୍ତରରେ ସ୍ଥିତିକୁ ଅଧିକ ଜଟିଳ କରିଦେଉଛି। ବର୍ତ୍ତମାନର ଉତ୍ତେଜନାପୂର୍ଣ୍ଣ ପରିବେଶ ଏବଂ ଆସନ୍ନ ନିର୍ବାଚନ ସ୍ଥିତିକୁ ଦୃଷ୍ଟିରେ ରଖି, ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ସର୍ବୋଚ୍ଚସ୍ତରରେ ଆପଣ ଆଲୋଚନା ଆରମ୍ଭ କରନ୍ତୁ। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉଭୟ ରାଜ୍ୟ ଏନ୍‌ଡିଏର ଅଂଶୀଦାର ଦଳମାନଙ୍କ ଦ୍ୱାରା ଶାସିତ ହେଉଛି। ବିଜେପି ନେତୃତ୍ୱରେ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ସୁରକ୍ଷା ପାଇଁ ୨୦୨୪ ନିର୍ବାଚନ ଇସ୍ତାହାରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆପଣ ତୁରନ୍ତ ଏହି ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟର ନ୍ୟାୟସଙ୍ଗତ ସ୍ୱାର୍ଥର ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ତୃଣମୂଳସ୍ତରରେ ପରିସ୍ଥିତି ଯେପରି ଆଉ ଅଧିକ ଉତ୍ତେଜନାପୂର୍ଣ୍ଣ ନ ହେବ, ସେ ଦିଗରେ ପଦକ୍ଷେପ ନେବା ଆପଣଙ୍କର ନୈତିକ ଦାୟିତ୍ୱ। ମୁଁ ଆଶା କରୁଛି, ବିଜେପିର ନେତୃତ୍ୱ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିର ସମ୍ମାନ ରଖିବ ଏବଂ ୨୦୨୪ ନିର୍ବାଚନୀ ଇସ୍ତାହାରରେ କୋଟିଆ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କୁ ଦେଇଥିବା ଗ୍ୟାରେଣ୍ଟିକୁ କେବଳ ପ୍ରତିଶ୍ରୁତିରେ ସୀମିତ ନରଖି କାର୍ଯ୍ୟରେ ପରିଣତ କରିବା ପାଇଁ ଫଳପ୍ରଦ ପଦକ୍ଷେପ ନେବ। #Kotia #BJDWithOdisha
97
197
13
927
79,855
BJD IT Cell retweeted
ଅଙ୍ଗଦାନ କରି ଅମର ହୋଇଛନ୍ତି ନିଶିକାନ୍ତ। ଦୁର୍ଘଟଣାରେ ତାଙ୍କର ଦେହାନ୍ତ ପରେ ପରିବାର ବର୍ଗଙ୍କ ଏପରି ମହତ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି। ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି। #SurajSamman
34
99
815
13,526
BJD IT Cell retweeted
ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଭୂସ୍ଖଳନ ଘଟି ଗାଁ ନିଶ୍ଚିହ୍ନ ହୋଇଯିବା ସହ ଅନେକ ନିଖୋଜ ଥିବା ବିଷୟରେ ଜାଣି ମୁଁ ଚିନ୍ତିତ ଓ ଦୁଃଖିତ। ଲୋକମାନଙ୍କ ତ୍ୱରିତ ସୁରକ୍ଷିତ ଉଦ୍ଧାର ପାଇଁ ସରକାର ସମସ୍ତ ପଦକ୍ଷେପ ସୁନିଶ୍ଚିତ କରନ୍ତୁ। ଏପରି ଅସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ସମସ୍ତଙ୍କ ସୁରକ୍ଷିତ ଉଦ୍ଧାର କାମନା କରୁଛି।
83
156
7
1,087
51,238
GenZ ଙ୍କ ଏକତା ଦେଖିଲା ଓଡ଼ିଶା, ଏ ବିଜୟ ଓଡ଼ିଶାର ଛାତ୍ରଶକ୍ତିଙ୍କ ବିଜୟ। କଲେଜ୍ ନିର୍ବାଚନରେ ବିଜୟୀ ହୋଇଥିବା ବିଭିନ୍ନ ଜିଲ୍ଲାର BCJD ର ଛାତ୍ରଛାତ୍ରୀ ଏବଂ ଦଳୀୟ ନେତୃବୃନ୍ଦଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି। ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ରାଜ୍ୟ ତଥା ଦେଶର ଟେକ ରଖିବାକୁ ଆହ୍ୱାନ କଲି। #BJDWithGenZ #BJDWithOdisha
45
85
1
826
17,552
ପବିତ୍ର ବିଜୟା ଦଶମୀ ତଥା ଦଶହରାର ହାର୍ଦ୍ଦିକ ଶୁଭେଚ୍ଛା। ଅସତ୍ୟ ଉପରେ ସତ୍ୟର, ଅନ୍ୟାୟ ଉପରେ ନ୍ୟାୟର ବିଜୟ ହେଉ। ମା'ଙ୍କ ଆଶୀର୍ବାଦ ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। #Dussehra
61
124
2
878
20,006
ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ 'କୋଟିଆ'ରେ ଆନ୍ଧ୍ରପ୍ରଦେଶ ନିର୍ବାଚନ ଘୋଷଣା କରିବା ଘଟଣା ଅତ୍ୟନ୍ତ ଉଦ୍‌ବେଗଜନକ। ଓଡ଼ିଶାର ଅଖଣ୍ଡତା ଓ ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ତୁରନ୍ତ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଚିଠି ଲେଖି ଅବଗତ କଲି। ମୁଖ୍ୟମନ୍ତ୍ରୀ ଭାବେ ମୋ କାର୍ଯ୍ୟକାଳ ସମୟରେ ଆମେ ଆମ ରାଜ୍ୟର ଭୌଗୋଳିକ ଅଖଣ୍ଡତା ରକ୍ଷା କରିବା ପାଇଁ ଲଢ଼େଇ କରୁଥିଲୁ। ବିଜେପି ନେତାମାନେ ଅତୀତରେ ବାରମ୍ବାର କହିଛନ୍ତି ଯେ କୋଟିଆ ଓଡ଼ିଶାର ଅଂଶ ଏବଂ ସେମାନେ “ଆନ୍ଧ୍ର ଫେରିଯାଅ” ବୋଲି ସ୍ଲୋଗାନ ମଧ୍ୟ ଦେଇଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା; ଯେ ଡବଲ୍ ଇଞ୍ଜିନ୍ ସରକାର କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ କରିବ, ଓଡ଼ିଶାର ଭୌଗୋଳିକ ଅଖଣ୍ଡତାକୁ ସୁରକ୍ଷିତ ରଖିବ ଏବଂ ଓଡ଼ିଆ ସ୍ୱାଭିମାନର ପୁନଃପ୍ରତିଷ୍ଠା କରିବ। ଏହି ପ୍ରତିଶ୍ରୁତିଗୁଡ଼ିକର କ’ଣ ହେଲା? ଆଜି ଓଡ଼ିଶାରେ ତଥାକଥିତ ଡବଲ୍ ଇଞ୍ଜିନ୍ ସରକାର ଥିବା ସତ୍ତ୍ୱେ ଆନ୍ଧ୍ରପ୍ରଦେଶ 'କୋଟିଆ'ରେ ନିର୍ବାଚନ ଘୋଷଣା କରିବା ଅତ୍ୟନ୍ତ ଚିନ୍ତାଜନକ। 'କୋଟିଆ' ଓଡ଼ିଶାର ବୋଲି ବିଜେପି ଦେଇଥିବା ଆଶ୍ୱାସନାର କ’ଣ ହେଲା? ଏହି ଘଟଣାକୁ ଆହୁରି ଚିନ୍ତାଜନକ କରୁଥିବା ବିଷୟ ହେଉଛି, ଆନ୍ଧ୍ରପ୍ରଦେଶରେ ଶାସନ କରୁଥିବା ତେଲୁଗୁ ଦେଶମ୍ ପାର୍ଟି (ଟିଡିପି), କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ସଂଖ୍ୟାଗରିଷ୍ଠତା ବଜାୟ ରଖିବା ପାଇଁ ଏକ ପ୍ରମୁଖ ସହଯୋଗୀ ଦଳ। ରାଜନୈତିକ ନିର୍ଭରଶୀଳତା କ’ଣ ଓଡ଼ିଶା ବିଜେପି ସରକାରଙ୍କ ନୀରବତା ଏବଂ ଓଡ଼ିଶାର ସ୍ୱାର୍ଥ ଓ ଭୌଗୋଳିକ ଅଖଣ୍ଡତା ସହ ସାଲିସ କରିବାର ମନୋଭାବ ପଛର କାରଣ? ୨୦୨୫ ମସିହାରେ ଗଠିତ ୧୬ ଜଣିଆ ଉଚ୍ଚସ୍ତରୀୟ କୋଟିଆ କମିଟି କ’ଣ ସୁପାରିସ କରିଥିଲା ଏବଂ ସେହି ସୁପାରିସଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି? ଓଡ଼ିଶାର ଲୋକମାନେ ଏହି ପ୍ରତିଶ୍ରୁତିଗୁଡ଼ିକ ସମ୍ପର୍କରେ ସ୍ପଷ୍ଟ ଉତ୍ତର ଏବଂ ଉତ୍ତରଦାୟିତ୍ୱ ଆଶା କରୁଛନ୍ତି। ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଏବଂ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଡବଲ୍ ଇଞ୍ଜିନ୍ ସରକାର ଦୃଢ଼ ଭାବରେ ଠିଆ ହେବେ ନା ଆଉଥରେ କେନ୍ଦ୍ରର ଚାପ ଆଗରେ ମୁଣ୍ଡ ନୁଆଁଇବେ? “ଆନ୍ଧ୍ର ଫେରିଯାଅ” ସ୍ଲୋଗାନ କ’ଣ କେବଳ ଭୋଟ୍ ହାତେଇବା ପାଇଁ ଏକ ନିର୍ବାଚନୀ ପ୍ରହସନ ଥିଲା? ଓଡ଼ିଶାବାସୀଙ୍କୁ ଦିଆଯାଇଥିବା ଅନ୍ୟ ପ୍ରତିଶ୍ରୁତିଗୁଡ଼ିକ ଭଳି ଏହା ମଧ୍ୟ କ’ଣ ଏକ ଅପୂରଣୀୟ ପ୍ରତିଶ୍ରୁତି ହୋଇ ରହିଯିବ? ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେବା ସହ ଓଡ଼ିଶାର ଭୌଗୋଳିକ ଅଖଣ୍ଡତାର ସୁରକ୍ଷା ଏବଂ କୋଟିଆ ଉପରେ ଏହାର ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଉଚିତ। #Odisha #Kotia #BJDWithOdisha
220
341
37
1,743
175,416
ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ହେଉ। ମା' ଦୁର୍ଗାଙ୍କ ଆଶୀର୍ବାଦ ସଭିଙ୍କ ଜୀବନରେ ଖୁସି ଓ ସମୃଦ୍ଧି ଆଣିଦେଉ। ସଭିଙ୍କୁ ମୋର ଶାରଦୀୟ ଶୁଭେଚ୍ଛା, ଜୟ ମା' ଦୁର୍ଗା 🙏 #DurgaPuja
71
305
7
3,551
48,747
ପବିତ୍ର ଦୁର୍ଗାପୂଜାର ଶାରଦୀୟ ଶୁଭେଚ୍ଛା। ଅସତ୍ୟ, ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ ହିଁ ହେଉଛି ମା'ଙ୍କ ଶ୍ରେଷ୍ଠ ଆରାଧନା। ମା' ଦୁର୍ଗାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ଖୁସି ଓ ଆନନ୍ଦରେ ଭରିଦେଉ। ପ୍ରତିଟି ପରିବାର ପାଇଁ ସୁଖ ଓ ସମୃଦ୍ଧି ଆଣି ଦେଉ। #DurgaPuja
50
125
839
14,206
ଯୁବ, ଛାତ୍ର ତଥା #GenZ ଙ୍କ ଏକତା ସାରା ଓଡ଼ିଶା ଦେଖିଲା, କଲେଜ୍ ନିର୍ବାଚନରେ ଉଲ୍ଲେଖନୀୟ ବିଜୟ ହାସଲ କରିଥିବା #BCJD ର ଯୁବ ନେତୃତ୍ୱଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି। ରାଜ୍ୟ ବିଜେପି ସରକାରଙ୍କ ଅର୍ଥବଳ, ବାହୁବଳ ଓ ପ୍ରବଳ ସରକାରୀ ଚାପ ସତ୍ତ୍ୱେ ପିଲାମାନେ ବିଜୁ ଜନତା ଦଳର ଆଦର୍ଶ ଉପରେ ବିଶ୍ୱାସ ରଖି ବିପୁଳ ବିଜୟ ଆଣିଛନ୍ତି। ଓଡ଼ିଶାର ଛାତ୍ରଶକ୍ତି ସାହସ ଓ ସ୍ୱାଭିମାନର ନୂଆ ଇତିହାସ ଲେଖିଛନ୍ତି। #BJDWithGenZ #BJDWithOdisha
42
127
1
802
13,538
ହକିର ସ୍ବର୍ଣ୍ଣିମ ଅଧ୍ୟାୟ ଓଡ଼ିଶା ଲେଖିଛି। ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ମହିଳା ଓ ପୁରୁଷ ହକି ଦଳକୁ ଭେଟି ଶୁଭେଚ୍ଛା ଜଣାଇଲି। ଏହି ସଫଳତାରେ ପ୍ରତିଟି ଓଡ଼ିଆ ଆଜି ଗର୍ବିତ। ବିଜୟର ଧାରା ଅତୁଟ ରହୁ, ଅଲିମ୍ପିକ୍ସରେ ଭାରତର ତ୍ରିରଙ୍ଗା ଫରଫର ହୋଇ ଉଡ଼ୁ। #OdishaForHockey #OdishaForSports
33
190
6
1,878
33,932
#GenZ ଙ୍କ ଶକ୍ତି ସାରା ଓଡ଼ିଶା ଦେଖୁଛି। କଲେଜ ନିର୍ବାଚନରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି। ସଭିଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିବା ସହ ସମସ୍ତେ ଏକ ହୋଇ ଶିକ୍ଷାନୁଷ୍ଠାନର ଗୌରବ ତଥା ଓଡ଼ିଶାର ଟେକ ରଖିବାକୁ ଆହ୍ଵାନ କଲି। #BJDWithGenZ #BJDWithOdisha
43
151
4
1,348
47,465
ଜନ୍ମଦିନରେ ଆପଣମାନଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ନିକଟରେ ଋଣୀ। ଏ ଭଲପାଇବା ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା ପାଇଁ ଶକ୍ତି ଯୋଗାଉଛି। #Thankyou #Odisha
98
143
7
2,101
31,726
ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ସମସ୍ତ ପ୍ରାର୍ଥୀ ଓ ଛାତ୍ରଛାତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଏ ବିଜୟ ଓଡ଼ିଶାର #GenZ, ଯୁବ ଓ ଛାତ୍ରଶକ୍ତିଙ୍କ ନିଷ୍ଠା ଏବଂ ଏକତାକୁ ପ୍ରତିଫଳିତ କରୁଛି। ଛାତ୍ର ସଂସଦ ନିର୍ବାଚନକୁ ଅନ୍ୟାୟ ଓ ଅସାଧୁ ଉପାୟରେ ଜିତିବା ପାଇଁ ବିଜେପି ସରକାରର ଚକ୍ରାନ୍ତ ବିରୋଧରେ ଦୃଢ଼ତାର ସହ ଲଢ଼ିଥିବା ବିସିଜେଡି ତଥା ବିଜେଡିର ସମସ୍ତ ନେତାମାନଙ୍କୁ ସାଧୁବାଦ ଜଣାଉଛି। କଲେଜର ଶୈକ୍ଷିକ ବାତାବରଣକୁ ବଜାୟ ରଖି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସମସ୍ତେ ଏକ ହୋଇ ଆଗେଇ ଆସନ୍ତୁ। #Odisha
98
156
1
1,768
29,696
ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ମନୋନୀତ ଶ୍ରୀ ବ୍ରଜ ମୋହନ ରାମ ଜୀଙ୍କୁ ହାର୍ଦ୍ଦିକ ସ୍ୱାଗତ। ଦଳୀୟ କାର୍ଯ୍ୟ କରିବା ପାଇଁ ମନୋନୀତ ରାଜ୍ୟପାଳଙ୍କ ଉତ୍ସାହକୁ ଓଡ଼ିଶାବାସୀ ଦେଖୁଛନ୍ତି। ଆଶା, ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ଟିକେ ଉତ୍ସାହ ଓ ଶକ୍ତି ପ୍ରଦାନ କରିବେ; ଯାହା ଦ୍ୱାରା ସେ ନିରପେକ୍ଷ ଭାବେ ଏବଂ ସାମ୍ବିଧାନିକ ମର୍ଯ୍ୟାଦା ରକ୍ଷା କରି ନିଜ ଦାୟିତ୍ୱ ତୁଲାଇବେ। #Odisha @rashtrapatibhvn @narendramodi
230
505
48
2,432
163,574