ଅଦ୍ୟ ତା : ୧୮।୧୧।୨୦୨୬ ରିଖରେ ସମ୍ଭାବ୍ୟ ବାତ୍ୟା ‘ଅକୱାନ୍’ର ପ୍ରଭାବ ମୁକାବିଲା ପାଇଁ ଜିଲ୍ଲାସ୍ତରରେ ପ୍ରସ୍ତୁତି, ସତର୍କତାମୂଳକ ପଦକ୍ଷେପ ଓ ଜରୁରୀକାଳୀନ ପରିଚାଳନା ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବୈଠକରେ ଜିଲ୍ଲାପାଳ, ବଲାଙ୍ଗିର ଯୋଗଦେଇଥିଲେ ।
2
709
ଜିଲ୍ଲାର ଶିକ୍ଷକମାନଙ୍କ ନିୟମିତକରଣ ପ୍ରକ୍ରିୟାକୁ ସୁସଂଗଠିତ ଓ ତ୍ୱରାନ୍ୱିତ କରିବା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆବଶ୍ୟକୀୟ ଆଲୋଚନା କରିଥିଲେ ।
ଯୁବପିଢ଼ିଙ୍କୁ ସଚେତନ ଓ ଦାୟିତ୍ୱବାନ ଭୋଟର ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ଠାରେ ଇଲେକ୍ଟୋରାଲ୍ ଲିଟେରାସି କ୍ଲବ୍ (ELC) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଜାପାନରେ ୧୮ରୁ ୨୫ ଅକ୍ଟୋବର ୨୦୨୬ ମଧ୍ୟରେ ଆୟୋଜିତ ପାରାଲିମ୍ପିକ୍ସର କମ୍ପାଉଣ୍ଡ ବର୍ଗରେ ରୌପ୍ୟ ପଦକ ଜିତି ଦେଶ ତଥା ବଲାଙ୍ଗିର ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ପାରା ତୀରନ୍ଦାଜ ପାୟଲ ନାଗଙ୍କୁ ଜିଲ୍ଲାପାଳ, ବଲାଙ୍ଗିର ସମ୍ବର୍ଦ୍ଧିତ କରି ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
1
23
1,445
ଜିଲ୍ଲାପାଳ, ବଲାଙ୍ଗିର ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୦୨, ବଲାଙ୍ଗିର ଏବଂ କେନ୍ଦ୍ରୀୟ ବିଦ୍ୟାଳୟ, ପାଟଣାଗଡ଼ର ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ ଅଧ୍ୟକ୍ଷତା କରି ଶିକ୍ଷାର ଗୁଣବତ୍ତା ଓ ଭିତ୍ତିଭୂମି ବିକାଶ ସମ୍ପର୍କରେ ସମୀକ୍ଷା କରିଥିଲେ ।
21
2,871
ଜନଗଣନା-୨୦୨୭କୁ ସଠିକ୍ ଓ ସୁବ୍ୟବସ୍ଥିତ ଭାବେ ସମ୍ପାଦନ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲା ଓ ଚାର୍ଜସ୍ତରୀୟ ଅଧିକାରୀଙ୍କ ପର୍ଯ୍ୟାୟ-୨ ପ୍ରଶିକ୍ଷଣରେ ଜିଲ୍ଲାପାଳ ଯୋଗଦେଇ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ।
10
1,879
ଆଜି ୧୬.୧୧.୨୦୨୬ ତାରିଖରେ ଜାତୀୟ ପ୍ରେସ୍ ଦିବସ-୨୦୨୬ ଅବସରରେ ବଲାଙ୍ଗିର ସାମ୍ବାଦିକ ଭବନଠାରେ ଆୟୋଜିତ ସମାରୋହରେ ଜିଲ୍ଲାପାଳ, ବଲାଙ୍ଗିର ଯୋଗଦେଇ ସାମ୍ବାଦିକତାର ଗୁରୁତ୍ୱ ଓ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ ।
1
2
985
ବଙ୍ଗୋପସାଗରରେ ସମ୍ଭାବ୍ୟ ଅବପାତକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପ୍ରସ୍ତୁତି ଓ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାର ସମୀକ୍ଷା ନିମନ୍ତେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏବଂ ମୁଖ୍ୟ ଶାସନ ସଚିବ, ଓଡ଼ିଶାଙ୍କ ଉପସ୍ଥିତିରେ OSWAN ମାଧ୍ୟମରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ, ବଲାଙ୍ଗିର ଯୋଗଦେଇଥିଲେ।
7
2,911
ଜିଲ୍ଲାପାଳ, ବଲାଙ୍ଗିର ଶ୍ରୀରାମଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ, କରୁଆଁଝର ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା, ଭିତ୍ତିଭୂମି ଓ ଶିକ୍ଷାର୍ଥୀଙ୍କ ଶୈକ୍ଷିକ ପରିବେଶ ସମ୍ପର୍କରେ ସମୀକ୍ଷା କରିଥିଲେ ।
1,423
ଅଦ୍ୟ ତା : ୧୬।୧୧।୨୦୨୬ ରିଖରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଦେଓଗାଁ ଠାରେ ଜିଲ୍ଲାପାଳ, ବଲାଙ୍ଗିର ଓ ଆରକ୍ଷୀ ଅଧୀକ୍ଷକ, ବଲାଙ୍ଗିରଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।(୧/୨)
@dept_ga
ଅଦ୍ୟ ତା ୧୫.୧୧.୨୦୨୬ ରିଖରେ ମାନ୍ୟବର ସାଂସଦ, ବଲାଙ୍ଗିରଙ୍କ ସହ ଜିଲ୍ଲାପାଳ, ବଲାଙ୍ଗିର ମୂଲ୍ୟ ସହାୟତା ଯୋଜନା(PSS) ୨୦୨୬-୨୭ ଅଧୀନରେ ଡାଲିଜାତୀୟ ଶସ୍ୟ, କପା ଓ ମାଣ୍ଡିଆ ସଂଗ୍ରହ ନିମନ୍ତେ ଆୟୋଜିତ ଜିଲ୍ଲା ସ୍ତରୀୟ କ୍ରୟ କମିଟି (DLPC) ବୈଠକରେ ଯୋଗ ଦେଇଥିଲେ l
3
1,354
ଅଦ୍ୟ ତା ୧୫.୧୧.୨୦୨୬ ରିଖରେ ମାନ୍ୟବର ସାଂସଦ, ବଲାଙ୍ଗିର ଏବଂ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗଙ୍କ ସହ ଜିଲ୍ଲାପାଳ, ବଲାଙ୍ଗିର ଖରିଫ ବିପଣନ ଋତୁ ୨୦୨୬-୨୭ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଯୋଗଦେଇ ସୁବ୍ୟବସ୍ଥିତ ଧାନ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ ।
4
2,230
ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ବଲାଙ୍ଗିରଠାରେ ମାନ୍ୟବର ବଲାଙ୍ଗିର ସାଂସଦଙ୍କ ଅଧ୍ୟକ୍ଷତାରେ ୨୦୨୬-୨୭ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଜିଲ୍ଲା ବିକାଶ ସମନ୍ୱୟ ଓ ତଦାରଖ କମିଟି (ଦିଶା) ବୈଠକ ଜିଲ୍ଲାପାଳ, ବଲାଙ୍ଗିରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।
ବଲାଙ୍ଗିରଠାରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଓଡ଼ିଶାରେ ବାସଗୃହ ବଣ୍ଟନର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ କରଥିଲେ। (୧/୪)
ମାନ୍ୟବର ମନ୍ତ୍ରୀ, ପଞ୍ଚାୟତି ରାଜ ଓ ପାନୀୟ ଜଳ ଶ୍ରୀ ରବି ନାରାୟଣ ନାଏକ ,ମାନ୍ୟବର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ, ଟିଟିଲାଗଡ଼ର ମାନ୍ୟବର ବିଧାୟକ ଶ୍ରୀ ନବୀନ ଜୈନ (୩/୪)
1
2
106
ଜିଲ୍ଲାସ୍ତରରେ ବିଭାଗଗୁଡ଼ିକର ବିଚାରାଧୀନ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବୈଠକରେ ଜିଲ୍ଲାପାଳ, ବଲାଙ୍ଗିର ଯୋଗ ଦେଇଥିଲେ l
ବଲାଙ୍ଗିରସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ TEJAS (Transforming Entrepreneurial Journeys Across States & Districts) କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏବଂ ବଲାଙ୍ଗିର ସାଂସଦଙ୍କ ସହ ଜିଲ୍ଲାପାଳ, ବଲାଙ୍ଗିର ଯୋଗଦେଇଥିଲେ।@startup_odisha


























































