ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଏବଂ ଯାଜପୁର ଜିଲ୍ଲା ନୋଡାଲ ଅଧିକାରୀ ଡଃ ମୃଣାଳିନୀ ଦର୍ଶୱାଲ ଦୁଇଦିନିଆ ଯାଜପୁର ଗସ୍ତର ଦ୍ୱିତୀୟ ଦିନରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ, ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଜନକଲ୍ୟାଣକାରୀ ସେବାର ସ୍ଥିତି ଅନୁଧ୍ୟାନ କରିବା ସହ ସମୀକ୍ଷା କରିଥିଲେ।
ପରିଶେଷରେ ଚିଙ୍ଗୁଡ଼ିପାଳ ଆଶ୍ରମ ବିଦ୍ୟାଳୟ ଓ ଛାତ୍ରାବାସ ପରିଦର୍ଶନ କରି ଶିକ୍ଷାଦାନ, ଆବାସିକ ବ୍ୟବସ୍ଥା, ସ୍ୱଚ୍ଛତା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ଅନୁଧ୍ୟାନ କରିଥିଲେ।
ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଏବଂ ଯାଜପୁର ଜିଲ୍ଲା ନୋଡାଲ ଅଧିକାରୀ ଡ଼ଃ ମୃଣାଳିନୀ ଦର୍ଶୱାଲ ଦୁଇଦିନିଆ ଜିଲ୍ଲା ଗସ୍ତର ଆସିଛନ୍ତି।
ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଓ ନିୟମିତ ତଦାରଖ ସୁନିଶ୍ଚିତ କରି ସରକାରୀ ଯୋଜନାର ସୁଫଳ ଯେପରି ତୃଣମୂଳ ସ୍ତରରେ ଜନସାଧାରଣଙ୍କ ନିକଟରେ ପହଞ୍ଚିବ, ସେଥିପାଇଁ ସଚିବ ଗୁରୁତ୍ୱାରୋପ କରିଥିଲେ।
ବ୍ୟାସନଗର ସହରାଞ୍ଚଳରେ ଆଗାମୀ କାଳୀପୂଜା ଓ ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳା ଓ ସୁବ୍ୟବସ୍ଥିତ ଢଙ୍ଗରେ ପାଳନ କରିବା ଲକ୍ଷ୍ୟରେ ତା ୦୪-୧୧-୨୦୨୬ରିଖରେ ଯାଜପୁର ରୋଡ ସ୍ଥିତ ବ୍ୟାସଦେବ ଟାଉନ୍ ହଲ୍ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ଏଥିସହ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଗଣପର୍ବକୁ ଶାନ୍ତି, ସୌହାର୍ଦ୍ଦ୍ୟ ଓ ଭାଇଚାରାର ସହ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ସମସ୍ତ ପୂଜା କମିଟି, ଶାନ୍ତି କମିଟି ଓ ଜନସାଧାରଣଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ।
ଆଜି ମାନ୍ୟବର କୋରେଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ Akash Dasnayak ଙ୍କ ଅଧ୍ୟକ୍ଷତାରେ କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି (ACDC)ର ବୈଠକ ଅନୁଷ୍ଠିତ ହୋଇଥିଲା।
ଯାଜପୁର ରୋଡ୍ ବ୍ୟାସନଗର ସ୍ଥିତ ବ୍ୟାସଦେବ ଟାଉନ୍ ହଲ୍ଠାରେ ଅନୁଷ୍ଠିତ ଏହି ବୈଠକରେ କୋରେଇ ନିର୍ବାଚନମଣ୍ଡଳୀରେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ଓ ଆଲୋଚନା କରାଯାଇଥିଲା।






















