ପରିଶେଷରେ ଚିଙ୍ଗୁଡ଼ିପାଳ ଆଶ୍ରମ ବିଦ୍ୟାଳୟ ଓ ଛାତ୍ରାବାସ ପରିଦର୍ଶନ କରି ଶିକ୍ଷାଦାନ, ଆବାସିକ ବ୍ୟବସ୍ଥା, ସ୍ୱଚ୍ଛତା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ଅନୁଧ୍ୟାନ କରିଥିଲେ।
ଏହାପରେ କାଳିଆପାଣି ସ୍ଥିତ ମା’ ଗୃହ ଓ ପୁଷ୍ଟି ପୁନର୍ବାସ କେନ୍ଦ୍ର (NRC) ପରିଦର୍ଶନ କରି ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପୋଷଣ ଏବଂ ଉପଲବ୍ଧ ସେବାର ସମୀକ୍ଷା କରିଥିଲେ। ଏଥିସହ ସ୍ଥାନୀୟ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଉଥିବା ୱାଟର ସେଡ୍ର ଜଳ ଗୁଣବତ୍ତା ଯାଞ୍ଚ କରିଥିଲେ।
ସେହିପରି ଦାନଗଦି ସ୍ଥିତ ବହୁମୁଖୀ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରି ତାଲିମ ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ତାଲିମ ଓ ନିଯୁକ୍ତିର ସମ୍ଭାବନା ସମ୍ପର୍କରେ ଅବଗତ ହୋଇଥିଲେ।
ପରେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥିତ ନିଃଶୁଳ୍କ ଡାୟାଲିସିସ୍ କେନ୍ଦ୍ର ପରିଦର୍ଶନ କରି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିବା ସହ ଚିକିତ୍ସା ସେବାର ମାନ ଓ ଉପଲବ୍ଧ ସୁବିଧାସୁଯୋଗର ସମୀକ୍ଷା କରିଥିଲେ।
ଏହି ଅବସରରେ ସଚିବ ମୁଗପାଳ ପିଏମ୍ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାଦାନ, ମାଧ୍ୟାହ୍ନ ଭୋଜନ, ଛାତ୍ରଛାତ୍ରୀଙ୍କ ସୁବିଧା ଓ ବିଦ୍ୟାଳୟର ଭିତ୍ତିଭୂମିର ସମୀକ୍ଷା କରିଥିଲେ। ଏଥିସହ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ।
ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଏବଂ ଯାଜପୁର ଜିଲ୍ଲା ନୋଡାଲ ଅଧିକାରୀ ଡଃ ମୃଣାଳିନୀ ଦର୍ଶୱାଲ ଦୁଇଦିନିଆ ଯାଜପୁର ଗସ୍ତର ଦ୍ୱିତୀୟ ଦିନରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ, ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଜନକଲ୍ୟାଣକାରୀ ସେବାର ସ୍ଥିତି ଅନୁଧ୍ୟାନ କରିବା ସହ ସମୀକ୍ଷା କରିଥିଲେ।
ଏହି ବୈଠକରେ କୁପୋଷଣ ନିରାକରଣ, ଅଙ୍ଗନବାଡ଼ି କେନ୍ଦ୍ରର ଖାଦ୍ୟର ଗୁଣବତ୍ତା, ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ରର ବିକାଶ, ଶିଶୁଙ୍କ ପୋଷଣ ଓ ଶିକ୍ଷା, ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ, ସ୍ୱାସ୍ଥ୍ୟସେବାର ସୁଦୃଢ଼ୀକରଣ, ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଭିତ୍ତିଭୂମି ଓ ବିଭିନ୍ନ ବିଭାଗର ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା।
ପରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସଚିବଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ସରକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ଗସ୍ତର ପ୍ରଥମ ଦିନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସଖୀ ୱାନ୍ ଷ୍ଟପ୍ ସେଣ୍ଟର, ଉତ୍କଳ ବାଳାଶ୍ରମ ଓ ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା (SAA) ପରିଦର୍ଶନ କରି ବିଭିନ୍ନ ସେବା ଓ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଏହି ଅବସରରେ ରୋଗୀ, ଶିଶୁଙ୍କ ମା’ ଓ ଅନ୍ତେବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।







































